Odisha Link
Bridging the Missing Links in Odisha

ଅଳଙ୍କାର ନୁହେଁ ଟମାଟ ପିନ୍ଧି ବିବାହ କଲେ…….

ଇସଲାମବାଦ : ଗହଣା , ଝିଅ ମାନଙ୍କର ଅତି ପ୍ରିୟ ହୋଇଥାଏ । ବିବାହ ହେଉକି କୌଣସି ଉତ୍ସବ ପୋଷାକ ସହ ସୁନା ହେଉକି ରୂପା ଅଳଙ୍କାର ନିତ୍ୟାନ୍ତ ଆବଶ୍ୟକ । ଅଳଙ୍କାର ବିନା ବିବାହ କରିବା ଯେପରି ଅସପୂର୍ଣ୍ଣ ।
କିନ୍ତୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ , ଜଣେ ନବବଧୂ ଗହଣା ନ ପିନ୍ଧି ଟମାଟ ପିନ୍ଧଥିଲେ । ସେ ହେଲେ ପାକିସ୍ଥାନର ଜଣେ ନବ ବିବାହିତା। ଏପରିକି ନବବଧୂ ଜଣକ ହାର, ଚୁଡ଼ି, ସିନ୍ଥିରେ ସୁନା ବଦଳରେ ଟମାଟୋ ପିନ୍ଧିଛନ୍ତି।


ଏବେ ପାକିସ୍ତାନରେ ଦିନକୁ ଦିନ ଆର୍ଥତ୍କ ମାନ୍ଦାବସ୍ଥା ବିଗିଡ଼ି ବାରେ ଲାଗିଛି । ସୁନା ଗହଣା ଭଳି ଟମାଟ ମାଧ୍ୟ ଆକାଶ ଛୁଆଁ ହେଲାଣି । ପାକିସ୍ତାନରେ ଟମାଟୋ କେଜି ୪୦୦ ଟଙ୍କାରୁ ଊର୍ଦ୍ଧ୍ୱରେ ବିକ୍ରି ହେଉଛି। ସୋସିଆଲ ମିଡିଆରେ ଜଣେ ନବ ବିବାହିତା ଗହଣା ବଦଳରେ ଟମାଟୋ ହାର ପିନ୍ଧିଥିବାର ଫଟୋ ଭାଇରାଲ ହେବାରେ ଲାଗିଛି ।

ସେ ସାକ୍ଷାତକାରରେ ଏହାର ବେଶ୍‌ ମଜାଳିଆ ଉତ୍ତର ଦେଇ କହିଛନ୍ତି, ଆଜିକାଲି ସୁନାର ଦାମ୍‌ ତ ଆକାଶଛୁଆଁ ହେଲାଣି। ଟମାଟୋ ବି ପଛରେ ନାହିଁ। ତେଣୁ ପାରମ୍ପରିକ ସୁନାଗହଣା ବଦଳରେ ମୁଁ ଟମାଟୋ ପିନ୍ଧିଛି । ତାଙ୍କ ବାପଘର ଲୋକେ ସୁନାଗହଣା ବଦଳରେ ୩ ସୁଟ୍‌କେସ୍‌ ଟମାଟୋ ଦେଇଛନ୍ତି ବୋଲି ସେ କହିଥିଲେ ।

Comments are closed.