Odisha Link
Bridging the Missing Links in Odisha

ସାଲିଆସାହି ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଶାଳ ରାଲି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସହର ମଝିରେ ଥିବା ସାଲିଆସାହି ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଶାଳ ରାଲି ସହ ବିଧାନସଭାର ଘେରାଉର କାର୍ଯ୍ୟକ୍ରମ ରହିଛି। ବିନା ନୋଟିସରେ ବଳପୂର୍ବକ ସାଲିଆସାହି ଉଚ୍ଛେଦ କରାଯାଉଥିବା ଅଭିଯୋଗ ବସ୍ତିବାସିନ୍ଦା ପକ୍ଷରୁ ରାଲି।
ମିଳିଥିବା ସୂଚନା ଅନୁସାରେ ସାଲିଆ ସାହି ବସ୍ତି ମଝି ଦେଇ ଏକ ଦୁଇ ଶହ ଫୁଟିଆ ରାସ୍ତା ନିର୍ମାଣ ଲାଗି ବିଏମସି ଜବରଦଖଲ ହଟାଇବା ଅଭିଯାନ ଆରମ୍ଭ କରିଛି। ଗତ ୪ ଏବଂ ୭ନଭେମ୍ବରରେ ସାନ୍ତାଳ ବସ୍ତି ପଟୁ ଭଙ୍ଗା ଉଦ୍ୟମ କରାଯାଇଥିଲା, ତେବେ ବସ୍ତିବାସିନ୍ଦା ପ୍ରବଳ ପ୍ରତିବାଦ କରିବା ପରେ ବିଏମସି ଏବଂ ବିଡିଏ କର୍ମଚାରୀ ଫେରିବାକୁ ବାଧ୍ୟ ହୋଇଥିଲେ। ଏବେ ଏହି ବିରୋଧକୁ ଆହୁରି ତୀବ୍ର କରିବାକୁ ବସ୍ତିବାସିନ୍ଦା ଏକାଠି ହେଉଛନ୍ତି। ସାଲିଆସାହିଠାରୁ ଏକ ଶୋଭାଯାତ୍ରା ବାହାରି ଲୋୟର ପିଏମଜି ପର୍ଯ୍ୟନ୍ତ ଯିବ। ସେଠାରେ ଜନ ପ୍ରତିବାଦ ସଭା କରିବାର କାର୍ଯ୍ୟକ୍ରମ ରହିଛି।

Comments are closed.