Odisha Link
Bridging the Missing Links in Odisha

ପ୍ଲାଟିନମ୍‌ ଜୁବୁଲି ପାଇଁ ଛାତ୍ରଛାତ୍ରୀ ଓ ଆଲୁମିନି ଖୁବ୍‌ ଉତ୍ସାହିତ, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ସ୍ବତନ୍ତ୍ର ଓଡିଶାର ପ୍ରଥମ ବିଶ୍ବବିଦ୍ୟାଳୟ ଉତ୍କଳ ବିଶ୍ବବିଦ୍ୟାଳୟ। କାଳକ୍ରମେ ଏହି ବାଣୀ କ୍ଷେତ୍ରକୁ ପୁରୁଛି ୭୫ ବର୍ଷ। ଏହି ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ଉତ୍କଳ ବିଶ୍ବବିଦ୍ୟାଳୟ ପରିସର। ପ୍ଲାଟିନମ୍‌ ଜୁବୁଲିକୁ ନେଇ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ, ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଆଲୁମିନିଙ୍କ ମଧ୍ୟରେ ଲାଗି ରହିଛି ଖୁବ୍ ଉତ୍ସାହ। ଏହି ପ୍ଲାଟିନମ୍‌ ଜୁବୁଲି ନଭେମ୍ବର ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ପାଳିତ ହେବ। ଏଥି ପାଇଁ ପ୍ରସ୍ତୁିତି ଚୂଡାନ୍ତ ପର୍ଯ୍ୟାୟରେ।

ଏହି ପ୍ଲାଟିନମ୍‌ ଜୁବୁଲିର ମୁଖ୍ୟ ଆକର୍ଷଣ ହେଇଛି ପୁରାତନ ଛାତ୍ରଛାତ୍ରୀଙ୍କ ମହାମିଳନ। ଏହି ମହା ମିଳନରେ ଯୋଗଦେବା ପାଇଁ ବିଭିନ୍ନ ସୋସିଆଲ ମିଡିଆରେ ଜରିଆରେ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ନିମନ୍ତ୍ରଣ। ପୁଣି ଥରେ ସେଇ ବାଣୀ କ୍ଷେତ୍ରକୁ ଫେରିଯିବା ପାଇଁ ଓ ପରୁଣା ସ୍ମୃତିକୁ ପୁଣି ଥରେ ସାଉଁଟିବା ପାଇଁ ଅତିତକୁ ଆଉ ଥରେ ମନେ ପକାଇବା ସମସ୍ତଙ୍କ ମନରେ ରହିଛି ଉତ୍ସାହ।
ଦେଖନ୍ତୁ ଭିଡିଓ

Comments are closed.