କୋଇଲା ବୋଝେଇ ଟ୍ରେନ୍ରେ ନିଆଁ

ବଲାଙ୍ଗିର: କୋଇଲା ବୋଝେଇ ଟ୍ରେନର ୨ଟି ୱାଗନରେ ନିଆଁ ଲାଗିଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା
ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝି ରେଳ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନରେ ନିଆଁକୁ ଆୟତ କରାଯାଇଛି। ପ୍ରଥମେ ରହେନଭଟ୍ଟା ରେଳଷ୍ଟେସନରେ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିଲା। ନିଆଁକୁ ଆୟତ୍ତ କରିବା ପରେ ଟ୍ରେନ୍ ଛାଡିଥିଲା। ତେବେ ପୁଣି ମୁରିବାହାଲ ଷ୍ଟେସନରେ ଟ୍ରେନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଟ୍ରେନଟି କଣ୍ଟାବାଞ୍ଝି ଷ୍ଟେସନରେ ପହଞ୍ଚିବା ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ। କୋଇଲା ବୋଝେଇ ଟ୍ରେନର ୨ଟି ୱାଗନରେ ନିଆଁ ଲାଗିଥିବା ସୂଚନା ମିଳିଛି। ତେବେ ଅଗ୍ନିକାଣ୍ଡ ଫଳରେ କଣ କ୍ଷୟକ୍ଷତି ହୋଇଛି ତାହା ଜଣାପଡିନାହିଁ।
Comments are closed.