Odisha Link
Bridging the Missing Links in Odisha

ମହାରାଷ୍ଟ୍ରରେ ମେଣ୍ଟ ୬-୮ ମାସ ବି ତିଷ୍ଠିବନି: ଗଡ଼କରୀ

ରାଞ୍ଚି: ମହାରାଷ୍ଟ୍ରରେ ଗଠନ ହେବ ମେଣ୍ଟ ସରକାର। ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ ମଧ୍ୟରେ ହେବାକୁ ଥିବା ମେଣ୍ଟ ସରକାରକୁ ସୁବିଧାବାଦୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ। ସେ ଆହୁରି ମଧ୍ୟ କହିଛନ୍ତି, ସେମାନେ ମହାରାଷ୍ଟ୍ରରେ ଯଦି ସରକାର କରନ୍ତି, ଏହା ୬-୮ ମାସ ମଧ୍ୟ ତିଷ୍ଠିବନି।

ତେବେ ମେଣ୍ଟ ଭାଙ୍ଗିଲେ ବିଜେପି ସରକାର କରିବ କି ନା ପଚରାଯିବାରୁ ସେ କହିଥିଲେ ଯେ, କ୍ରିକେଟ୍‌ ଏବଂ ରାଜନୀତିରେ କିଛି ବି ହୋଇପାରେ। ଯଦି ସ୍ଥିତି ସେପରି କିଛି ହୁଏ, ଦଳ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ। ସେ ଏହି ଅବସରରେ ପ୍ରଶ୍ନ କରିଥିଲେ, ବୁଝି ହେଉନି ବିଚାରଗତ ପାର୍ଥକ୍ୟ ସତ୍ତ୍ୱେ କାହିଁକି ଏହି ୩ ଦଳ ମେଣ୍ଟ ପାଇଁ ରାଜି ହେଉଛନ୍ତି।

ସେ ଝାରଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାରରେ ଯୋଗଦେବା ସମୟରେ ଏକ ସାକ୍ଷାତକାରରେ କହିଛନ୍ତି, ବିଚାରଗତ ଭାବେ ଭିନ୍ନ ଭିନ୍ନ ଏହି ଦଳ ସବୁ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଏଭଳି ମେଣ୍ଟ କରିଛନ୍ତି। ଏହା ଦୁର୍ଭାଗ୍ୟଜନକ। ସେ କହିଛନ୍ତି, ଏହି ମେଣ୍ଟର ଭିତ୍ତି ହେଉଛି ସୁବିଧାବାଦ। ଏହି ୩ ଦଳ ମେଣ୍ଟ କରିପାରିବେ କି ନା ମୋର ସନ୍ଦେହ ହେଉଛି। ଯଦି ବି ମେଣ୍ଟ ହୁଏ, ଏହା ୬ରୁ ୮ ମାସ ତିଷ୍ଠିବ କି ନା ସନ୍ଦେହ।

Comments are closed.