Odisha Link
Bridging the Missing Links in Odisha

ଶକ୍ତି ସଂରକ୍ଷଣ ଚିତ୍ରାଙ୍କନ ପ୍ରତିଯୋଗିତାରେ ଓଡିଶାରୁ ୬.୩୩ ଲକ୍ଷ ପ୍ରତିଯୋଗୀ

ଭୁବନେଶ୍ବର : ବ୍ୟୁରୋ ଅଫ ଏନର୍ଜି ଏନଫିସିଏନସି ,ଶକ୍ତି ମନ୍ତ୍ରାଳୟ , ଭାରତ ସରକାରଙ୍କ ତରଫରୁ , ଏନଟିପିସି ଭୁବନେଶ୍ବର ଦ୍ବାରା ଆୟୋଜିତ , ଶକ୍ତି ସଂରକ୍ଷଣ-୨୦୧୯ ଚିତ୍ରାଙ୍କନ ପ୍ରତିଯୋଗୀତାରେ ୬.୩୩ ଲକ୍ଷ ଛାତ୍ରୀ ଛାତ୍ର ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ଭୁପିନ୍ଦର ସିଂ ପୁନିଆ, ରାଜ୍ୟପ୍ରକଳ୍ପ ନିର୍ଦ୍ଦେଶକ ,ଓଡିଶା ସ୍କୁଲ ଶିକ୍ଷା ଯୋଜନା ପ୍ରାଧୀକରଣ ଏହି ଉତ୍ସବରେ ମୁଖ୍ୟ ଅତାଥି ଭାବରେ ଯୋଗ ଦେଇଥିଲେ ଅନୀଲ ଜେନା , ମୁଖ୍ୟ ମହାପ୍ରବନ୍ଧକ ଏନଟିପିସି ମିଲନ କୁମାର ,ଓଏସଇପିଏ ର ମାନସ ରଞ୍ଜନ ସାମଲ ଏହିଉତ୍ସବରି ଉପସ୍ଥିତ ଥିଲେ । ଏହି ଅବସରରେ ଭୁପିନ୍ଦର ସିଂ ପୁନିଆ ନିଜ ଭାଷଣରେ ପିଲାଙ୍କ ଦ୍ବାରା ଦୈନନ୍ଦିନ ଜୀବନରେ ଶକ୍ତି ସଂରକ୍ଷଣର ଉପାଦେୟତା ପ୍ରତିଫଳିତ କରିବା ନିମନ୍ତେ ଓ ସେମାନଙ୍କର ଉଦ୍ୟୋମକୁ ପ୍ରଶଂସା କରିଥିଲେ ।

ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଏ ବିଭାଗରୁ ଚତୁର୍ଥ ପଞ୍ଚମ , ଷଷ୍ଟ ଏବଂ ବିଭାଗରୁ ସପ୍ତମ ,ଏଷ୍ଟମ ,ନବମ ଶ୍ରଣୀ ସମୁଦାୟ ୧୦୦ ଜଣ ପ୍ରତିଯୋଗୀ ଜାତୀୟସ୍ତରକୁ ଉନ୍ନୀତ ହୋଇଛନ୍ତି । ଏହି ଉନ୍ନିତ ପ୍ରତିଯୋଗୀ ମାନେ ଦିଲ୍ଲୀରେ ଡିସେମ୍ବର ଦ୍ବିତୀୟ ସପ୍ତାହ ରେ ହେବାକୁଥିବା ଜାତୀୟ ସ୍ତରୀୟ ପ୍ରତିଯୋଗୀତାରେ ଭଗ ନେବେ । ପ୍ରତି ବର୍ଷ ଶକ୍ତି ମନ୍ତ୍ରାଳୟ ଦ୍ବାରା ଡିସେମ୍ବର୧୪ ତାରିଖରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୁଏ ।

Comments are closed.