Odisha Link
Bridging the Missing Links in Odisha

ସଜେଇ ହୋଇଛି ବାଣୀବିହାର, ଦେଖିନ୍ତୁ ଭିଡିଓ

ଭୁବନେଶ୍ବର: ରାତି ପାହିଲେ ଉତ୍କଳ ବିଶ୍ବବିଦ୍ୟାଳୟ ପାଳନ କରିବ ପ୍ଲାଟିନମ୍‌ ଜୁବୁଲି ଉଦ୍‌ଯାପନୀ ଉତ୍ସବ। ଏଥିପାଇଁ ସଜେଇ ହେଉଛି ଉତ୍କଳ ବିଶ୍ବବିଦ୍ୟାଳୟ। ପ୍ଲାଟିନମ୍‌ ଜୁବୁଲିକୁ ସ୍ମରଣୀୟ କରିବା ପାଇଁ ଦିନ ରାତି ଏକ କରୁଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସମେତ ପୁରାତନ ଛାତ୍ରଛାତ୍ରୀ ଏବଂ ପଢୁଥିବା ଛାତ୍ରଛାତ୍ରୀ। ଇତି ମଧ୍ୟରେ ସମସ୍ତ ପ୍ରସ୍ତୁତି ଆସି ପହଞ୍ଚିଛି ଚୂଡ଼ାନ୍ତ ପର୍ଯ୍ୟାୟରେ।

ଏହି ବର୍ଣ୍ଣାଢ୍ୟ ଉତ୍ସବକୁ ସୁରଖୁରରେ ପାଳିତ କରିବା ପାଇଁ ବିଜୁ ପଟ୍ଟନାୟକ କ୍ରୀଡାଙ୍ଗନ ଠାରେ ବ୍ୟାପକ  ପ୍ରସ୍ତୁତ ହୋଇଛି। ଏହି ଉତ୍ସବର ଗୁରତ୍ବ ଦେଖି ପ୍ରାୟ ୧୦୦୦୦ ଲୋକ ବସିବା ଭଳି ଷ୍ଟେଜର ଆୟୋଜନ କରାଯାଇଛି । ଏଥିସହିତ ଖାଇବା ପାଇଁ ୭୫ ଟି ଷ୍ଟଲର ଆୟୋଜନ କରାଯାଇଛି।

କିଭଳି ରହିଛି ପ୍ରସ୍ତୁତି ଦେଖନ୍ତୁ ଏହି ଭିଡିଓ:

Comments are closed.