Odisha Link
Bridging the Missing Links in Odisha

ବିରୋଧୀଙ୍କ ପ୍ରଶ୍ନର କଡ଼ା ଜବାବ ଦେଲେ ନବୀନ, କହିଲେ..

ଭୁବନେଶ୍ବର: ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ଦୁଷ୍କର୍ମ, ହତ୍ୟା ଭଳି ଘଟଣାକୁ ନେଇ ରାଜନୀତି ନକରାଯାଉ। ମହିଳାଙ୍କ ଉପରେ ଅନ୍ୟାୟ ବରଖାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ୨୦୧୯ରେ ରେଡ-ଫ୍ଲାଗରେ ଗିରଫଦାରି ୪୧.୪୮%କୁ ବୃଦ୍ଧି ହୋଇଛି। ଏଥିସହିତ ମୋ ସରକାରରେ ଅଭିଯୋଗକାରୀଙ୍କ ଫୋନ ନମ୍ବର ପଞ୍ଜୀକୃତ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଏଥିସହିତ ସେ କହିଛନ୍ତି ଯେ, ମୁଁ ତିନି ଶହ ଅଭିଯୋଗକାରୀଙ୍କ ସହ କଥା ହୋଇଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ୨୦୨୦ ଅଗଷ୍ଟ ୧୫ ସୁଦ୍ଧା ଅନଲାଇନରେ ମିଳିବ ସବୁ ସରକାରୀ ସେବା। ଏହା ସହିତ ଆଗାମୀ ସମୟରେ ଶ୍ରମିକଙ୍କୁ ମଧ୍ୟ ବ୍ୟାଙ୍କ ଖାତା ଜରିଆରେ ମିଳିବ ଟଙ୍କା ବୋଲି ଆଜି ଗୃହରେ କହିଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.