ଆଜି ଜାତୀୟ କାଜୁ ଦିବସ

ଭୁବନେଶ୍ବର: ୨୦୧୫ ମସିହାରୁ ପ୍ରତିବର୍ଷ ନଭେମ୍ବର ୨୩ ତାରିଖକୁ ଜାତୀୟ କାଜୁ ଦିବସ ରୁପେ ପାଳନ କରାଯାଉଛି। କାଜୁ ଏକ ଚିରହରିତ ବୃକ୍ଷ ଏବଂ ଏହାର ଉତ୍ପତ୍ତି ବ୍ରାଜିଲର ଉପକୂଳବର୍ତ୍ତୀ ଅଞ୍ଚଳରେ ହୋଇଥିଲା। ୧୫୬୦ ମସିହାରେ ପର୍ତ୍ତୁଗିଜ୍ ନାବିକଙ୍କ ଦ୍ବାରା ଏହା ଭାରତକୁ ଆସିଥିଲା। ଆମ ଦେଶରେ ପ୍ରଥମେ ଗୋଆରେ କାଜୁ ଚାଷ ଆରମ୍ଭ ହୋଇଥିଲା। କାଜୁ ଅମଳରେ ନାଇଜେରିଆ, ଭାରତ, ବ୍ରାଜିଲ୍, ଆଇଭରି କୋଷ୍ଟ ଓ ଭିଏତନାମ ବିଶ୍ବରେ ଅଗ୍ରଣୀ ।
ବିଶ୍ବରେ ଅମଳ ହେଉଥିବା ମୋଟ କାଜୁର ୯୦ ପ୍ରତିଶତ ମାର୍କିନ୍ମାନେ ଖାଇଥାନ୍ତି। ବ୍ରାଜିଲ ଅନ୍ତର୍ଗତ ନେଟାଲ୍ର ରିଓ ଗ୍ରାଣ୍ଡ୍ ଡୁ ନର୍ଟରେ ବିଶ୍ବର ବୃହତ୍ତମ କାଜୁଗଛ ରହିଛି। ଏହାର ଶାଖ ପ୍ରଶାଖା ଏକାଅଶୀ ହଜାର ବର୍ଗଫୁଟ ଅଞ୍ଚଳକୁ ବ୍ୟାପ୍ତ। ଗୋଆରେ କାଜୁଫଳ ବା ଲଙ୍କା ଆମ୍ବରୁ ‘ଫେନି’ ନାମକ ଏକ ଦେଶୀ ମଦ ତିଆରି କରାଯାଇଥାଏ।