Odisha Link
Bridging the Missing Links in Odisha

ସନ୍ଧ୍ୟାରେ ଆସିବ ‘ମହା’ ସରକାର!

ମୁମ୍ବାଇ: ଆଉ କିଛି ସମୟ ପରେ ଶେଷ ହେବ ସବୁ ସସପେନ୍ସ। ସନ୍ଧ୍ୟାରେ ସବୁ ମହାରାଷ୍ଟ୍ର ରାଜନୀତିକୁ ନେଇ ସବୁ ସ୍ପଷ୍ଟ ହୋଇଯିବ। ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଠନ ହେବ ଏକ ପ୍ରକାର ନିଶ୍ଚିତ ହୋଇଥିବା ବେଳେ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି। ସୂତ୍ରମୁତାବକ, ସନ୍ଧ୍ୟା ୭ଟାରେ ମହାରାଷ୍ଟ୍ର ମଙ୍ଗ ଧରିବା ପାଇଁ ରାଜ୍ୟପାଳଙ୍କୁ ଭେଟିବେ ମହାମେଣ୍ଟ-କଂଗ୍ରେସ-ଏନସିପି ଓ ଶିବସେନା। ଆଉ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଦାବି ଜଣାଇପାରନ୍ତି।

ସେପଟେ ‘ଶିବସେନା’କୁ ମିଳିପାରେ ନୂଆ ସରକାରର ମଙ୍ଗ ବୋଲି ଚର୍ଚ୍ଚା ଜୋର ଧରିଛି। ଆଉ ଉଦ୍ଧବ ଠାକରେ ମହାରାଷ୍ଟ୍ର ମହାମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି ବୋଲି ଏକ ପ୍ରକାର ସ୍ଥିର ହୋଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ ଅଜିତ୍ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଏବେ ବିଜେପିର ସରକାର ଗଠନ ସ୍ୱପ୍ନ ପୂରା ଭାଙ୍ଗି ଚୁରମାର ହୋଇଯାଇଛି । ଆଉ କିଛି ସମୟ ପରେ ‘ମହା’ମେଣ୍ଟ ସରକାର ଆସିବା ନେଇ ଅପେକ୍ଷା କରାଯାଉଛି।

Comments are closed.