Odisha Link
Bridging the Missing Links in Odisha

ଚଳିତ ଶିକ୍ଷାବର୍ଷ ଠାରୁ ସୁନ୍ଦରଗଡ ମେଡିକାଲ କଲେଜରେ ନାମଲେଖା ଆରମ୍ଭ

ସୁନ୍ଦରଗଡ଼: ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ସୁନ୍ଦରଗଡ଼ ଏନ୍‌ଟିପିସି ମେଡିକାଲ୍ କଲେଜ ଓ ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ଶେଷ ହେବା ସହ ଚଳିତ ଶିକ୍ଷାବର୍ଷ ଠାରୁ ଡାକ୍ତରୀ ପାଠ୍ୟକ୍ରମ ପାଇଁ ନାମଲେଖା ମଧ୍ୟ ହେବ। ସୁନ୍ଦରଗଡ଼ ଦାୟିତ୍ବରେ ଥିବା ଉନ୍ନୟନ ଆୟୁକ୍ତ ସୁରେଶଚନ୍ଦ୍ର ମହାପାତ୍ର ସୁନ୍ଦରଗଡ଼ ‌ଏନ୍‌ଟିପିସି ମେଡିକାଲ୍ କଲେଜ ଓ ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ପରିଦର୍ଶନ ଓ ସମୀକ୍ଷା କରିବା ପରେ ଅବସରରେ ଏହି ସୂଚନା ଦେଇଛନ୍ତି।

ଶ୍ରୀ ମହାପାତ୍ର ଆଜି ମଧ୍ୟାହ୍ନ ୧୨ଟାରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଓହ୍ଲାଇ ସଡ଼କ ପଥରେ ସୁନ୍ଦରଗଡ଼ ଆସି ନିର୍ମାଣାଧୀନ ଏନ୍‌ଟିପିସି ମେଡିକାଲ୍ କଲେଜ ଓ ଡାକ୍ତରଖାନାକୁ ଦେଖି ଥିଲେ। ସେଠାରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିବା ସହ ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ମଧ୍ୟ କରିଥିଲେ।

Comments are closed.