Odisha Link
Bridging the Missing Links in Odisha

ଅନନ୍ତନାଗରେ ଆଇଇଡି ବିସ୍ଫୋରଣ: ୨ମୃତ, ୪ ଆହାତ

ଶ୍ରୀନଗର: ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ହାକୁରା ବୋଡ଼ାସଗାମ୍‌ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମ୍ମୁକଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଏକ ଆଇଇଡି ବିସ୍ଫୋରଣ ଘଟିଛି। ଏହି ବିସ୍ପୋରଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି।

‘ବ୍ୟାକ୍‌ ଟୁ ଭିଲେଜ୍‌’ ନାମରେ ଏକ ସରକାରୀ କାର୍ଯ୍ୟକ୍ରମ ସମୟରେ ଏଭଳି ବିସ୍ଫୋରଣ ଘଟିଥିଲା। ଏଥିରେ ଆହତମାନଙ୍କୁ ତୁରନ୍ତ ଅନନ୍ତନାଗ ଜିଲ୍ଲା ହସ୍ପିଟାଲ ନିଆଯାଇଥିଲା। ମଙ୍ଗଳବାର ଅପରାହ୍ଣରେ କଶ୍ମୀର ବିଶ୍ୱବିଦ୍ୟାଳୟ ସାମ୍ନାରେ ହୋଇଥିବା ଏକ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ବିଶ୍ୱବିଦ୍ୟାଳୟର ସାର ସୟଦ୍‌ ଫାଟକ ନିକଟରେ ଥିବା ଏକ ମାର୍କେଟ୍‌ଠାରେ ଏଭଳି ବିସ୍ଫୋରଣ ଘଟିଥିଲା।

ସମସ୍ତ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ବିସ୍ଫୋରଣ ବାବଦରେ ପ୍ରାକ୍‌ ସୂଚନା ନଥିଲା। ତେବେ ଏହା ଗ୍ରେନେଡ୍‌ ଜନିତ ବିସ୍ଫୋରଣ ନୁହେଁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Comments are closed.