Odisha Link
Bridging the Missing Links in Odisha

ବଢିବ ‘ବିଗ୍‌ ବସ୍‌’ ୧୩ ର ସମୟ ସୀମା !

ମୁମ୍ବାଇ : ଟିଭି ଚାଲେନରେ ତଡକା ଲଗାଉଥିବା ଶୋ ‘ବିଗ୍‌ ବସ୍‌’ର ଟିଆର୍‌ପି ବଢିବାରେ ଲାଗିଛି । କିଛି ଦିନ ହେବ ଘରେ ହେଉ ଥିବା କଳି ଝଗଡ଼ା ଓ କିଛି ରୋମାନ୍ସର କୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି । ବର୍ତ୍ତମାନ ଶୋଟି ତାଲିକାର ଶ୍ରେଷ୍ଠ ୧୦ଟି ସ୍ଥାନରେ ରହିଛି । ଜଣାପଡ଼ିଛି ତେଣୁ ଶୋ’ର ନିର୍ମାତା ଏହାକୁ ଆହୁରି ଲମ୍ବାଇବାକୁ ନିଷ୍ପତ୍ତି ନେଇଥିବା।

ସୂଚନା ଅନୁଯାୟୀ, ଶୋ ଟି ୧୦୦ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ସମୟରେ ଏହାକୁ ଆହୁରି ୫ ସପ୍ତାହ ବଢ଼ାଇ ଦିଆଯାଇଛି । ନିର୍ମାତା ଶୋ’ର ହୋଷ୍ଟ୍ ସଲ୍‌ମାନ୍ ଖାନ୍‌ଙ୍କୁ ବି ରାଜି କରାଇ ସାରିଛନ୍ତି । ତେଣୁ ତାଙ୍କ ଫିସ୍ ବଢ଼ାଇ ଦିଆଯାଇଛି।

ସଲ୍‌ମାନ୍‌ ଶୋ’ ପ୍ରତି ସପ୍ତାହକୁ ୧୩ କୋଟି ଟଙ୍କା ଫିସ୍‌ ନେଉଥିବା ବେଳେ ଏବେ ୫ ସପ୍ତାହ ପାଇଁ ତାଙ୍କର ଫିସ୍‌କୁ ୨ କୋଟି ଲେଖାଏ ବଢ଼ା ଯାଇଛି। ଅର୍ଥାତ୍ ସେ ସପ୍ତାହ ଗୁଡ଼ିକରେ ୧୫ କୋଟି ଲେଖାଏ ନେବେ । ସଲମାନ ଅତିରିକ୍ତ ୫ ସପ୍ତାହ ପାଇଁ ମୋଟ୍ ୭୫ କୋଟି ଟଙ୍କା ନେବେ।

‘ବିଗ୍‌ ବସ୍‌ ଖବରି’ର ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରୁ ଏ ସମ୍ପର୍କିତ ସୂଚନା ମିଳିଛି । କିନ୍ତୁ ଏ ବିଷୟକୁ ନେଇ ଶୋ’ର ନିର୍ମାତାଙ୍କ ତରଫରୁ କୌଣସି ଘୋଷଣା କରାଯାଇନାହିଁ । ‘ବିଗ୍‌ ବସ୍‌ ଖବରି’ ମୁତାବକ ସଲ୍‌ମାନ୍‌ଙ୍କୁ ପୂରା ‘ବିଗ୍‌ ବସ୍‌ ସିଜିନ୍‌ ୧୩’ ପାଇଁ ୨୭୦ କୋଟି ଟଙ୍କା ଦିଆଯିବ। ଏହି ଫ୍ୟାନ୍‌ ପେଜ୍‌ର କହିବା ଅନୁସାରେ ସଲ୍‌ମାନ୍‌ ଟେଲିଭିଜନ୍‌ ଇତିହାସର ସବୁଠୁ ହାଇଏଷ୍ଟ ପେଡ୍‌ ହୋଷ୍ଟ ହୋଇଯାଇଛନ୍ତି।