ହଳଦିଆପଦରକୁ ସିଟି ବସ୍ ଷ୍ଟାଣ୍ଡ ସ୍ଥାନାନ୍ତର ନିଷ୍ପତ୍ତିକୁ ବିରୋଧ

ଗଞ୍ଜାମ: ଗଞାମ ଜିଲ୍ଲାରୁ ଆଜିଠାରୁ ବେସରକାରୀ ବସ ଚଳାଚଳ ବନ୍ଦ ରହିବ। ଅନିର୍ଦିଷ୍ଟ କାଳ ଯାଏଁ ବସ ଚଳାଚଳ ବନ୍ଦ ରଖିବାକୁ ବସ ମାଲିକ ସଙ୍ଘ ନିଷ୍ପତି ନେଇଛି।
ମିଳିଥିବା ସୂଚନା ଅନୁସାରେ ପ୍ରଶାସନ ପକ୍ଷରୁ ହଳଦିଆପଦରଠାରେ ନୂଆ ବସଷ୍ଟାଣ୍ଡ ବ୍ୟବସ୍ଥା କରାଯାଇଥିଲା। ଏଠାରୁ ହିଁ ବସ ଚଳାଚଳ କରିବ ବୋଲି ପ୍ରଶାସନ କହିଥିଲା। ଯାହାକୁ ବସ ମାଲିକମାନେ ବିରୋଧ କରିଥିଲେ। ଏପରିକି ପ୍ରତିବାଦ ସ୍ୱରୁପ ଗତକାଲି ବ୍ରହ୍ମପୁରରୁ ବସ୍ ଚଳାଚଳ ବନ୍ଦ ରହିଥିଲା। ଏହାପରେ ପ୍ରଶାସନ ପକ୍ଷରୁ ମାଲିକଙ୍କ ସହ ଆଲୋଚନା ହୋଇଥିଲା। ତେଣୁ ବସ ମାଲିକ ସଙ୍ଘ ଆଜି ସାରା ଜିଲ୍ଲାରୁ ବସ୍ ଚଳାଚଳ ବନ୍ଦ ରଖିବା ପାଇଁ ନିଷ୍ପତି ନେଇଛି। ତେବେ ଏହି ବନ୍ଦକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ପଦକ୍ଷେପ ନେଇଛି । ଭଞ୍ଜନଗର, ଫୁଲବାଣୀ, ରାୟଗଡା, ଗଜପତି ଓ କଟକ ରାସ୍ତା ରେ ସରକାରୀ ବସ୍ ଚଳାଚଳ ପାଇଁ ଜିଲ୍ଲା ପ୍ରଶାସନର ବ୍ୟବସ୍ଥା କରିଛି। ଗୋପାଳପୁର– ବ୍ରହ୍ମପୁରଦିଗପହଣ୍ଡି ରାସ୍ତା ରେ ୮ଟି ସିଟି ବସ୍, ବ୍ରହ୍ମପୁର– ଛତ୍ରପୁର– ଖଲ୍ଲିକୋଟ୍ ରାସ୍ତା ରେ ୮ଟି ସିଟି ବସ୍, ବ୍ରହ୍ମପୁର – ଚିକିତ୍ସା– କନିଷି– ପାତ୍ରପୁର ରାସ୍ତା ରେ ୫ଟି ସିଟି ବସ୍, ବ୍ରହ୍ମପୁର–ହିଞିଳି–ଆସିକା ରାସ୍ତା ରେ ୫ଟି ସିଟି ବସ୍ ପ୍ରଚଳନ ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।