Odisha Link
Bridging the Missing Links in Odisha

ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ଆଜି ହେଉଛି ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ। ୧୯୪୩ ମସିହା ନଭେମ୍ବର ୨୭ ତାରିଖରେ ପ୍ରତିଷ୍ଠା ହୋଇଥିଲା ସ୍ବତନ୍ତ୍ର ଓଡ଼ିଶାର ପ୍ରଥମ ବିଶ୍ବବିଦ୍ୟାଳୟ। ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ତା’ର ୭୬ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଆଜି ଅପରାହ୍ନ ୪ଟା ୩୦ ମିନିଟ ସମୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ହେବ।

ଆଜିର ଏହି ପ୍ରତିଷ୍ଠା ଦିବସରେ ବିଶ୍ବବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏଥିସହିତ ସମ୍ମାନିତ ଅତିଥି ଭାବେ ସୁପ୍ରିମକୋର୍ଟ ପ୍ରାକ୍ତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ଯୋଗ ଦେବେ।

ପ୍ରତିଷ୍ଠା ଦିବସକୁ ସ୍ମରଣୀୟ କରିବା ପାଇଁ ଆଜି ସକାଳୁ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରଭାତ ଫେରିରେ ଯୋଗ ଦେଇଥିଲେ। ଏଥିସହିତ ୧୦ଟା ସମୟରେ ବିଶ୍ବବିଦ୍ୟାଳୟର ସ୍ବାସ୍ଥ୍ୟକେନ୍ଦ୍ର ପରିସରରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି।

ତେବେ ୮ ତାରିଖ ଅପରାହ୍ନ ୨ଟାରେ ଉତ୍କଳ ବିଶ୍ବବିଦ୍ୟାଳୟ ସ୍ବତନ୍ତ୍ର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କାର୍ଯ୍ୟକ୍ରମରେ ଯୋଗଦେବାର ଚୂଡ଼ାନ୍ତ ହୋଇଛି। ତାଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ପ୍ରମୁଖ ଯୋଗ ଦେବେ ବୋଲି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ସୂଚନା ଦେଇଛନ୍ତି।

Comments are closed.