କାଲିଠୁ କଡ଼ାକଡି ହେବ ଟ୍ରାଫିକ ନିୟମ, ରେକର୍ଡ଼ ଭାଙ୍ଗିଲା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା

ଭୁବନେଶ୍ବର: ୩ମାସ ପରେ ଆସନ୍ତାକାଲିଠୁ ସାରା ରାଜ୍ୟରେ କଡାକଡି ହେବ ଟ୍ରାଫିକ ନିୟମ। ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କୁ କାଲିଠୁ ଆଉ ନିସ୍ତାର ନାହିଁ। ଏହା ସତ୍ତ୍ୱେ ମଦୁଆ ଗାଡ଼ି ଚାଳକମାନେ ସାବାଡ଼ ହେଉ ନାହାନ୍ତି। ମଦ ପିଇ ମନ ଇଚ୍ଛା ଗାଡ଼ି ଚଳାଉଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମ ଆଗରେ ଅଛି।
ଗତ ୨୬ ଘଣ୍ଟା ଭିତରେ ମୋଟ୍ ୧୬୦ ଜଣ ଗିରଫ ହୋଇଥିବା ବେଳେ ସେଥିରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୭ ଜଣ ମଦୁଆ ଡ୍ରାଇଭର ଗିରଫ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି। ସେହିପରି ବାଙ୍କୀ ଜାତମୁଣ୍ଡିଆ ଛକରେ ଜଣେ ମଦ୍ୟପ ଡ୍ରାଇଭରଙ୍କଠାରୁ ୧୦ ହଜାର ଟଙ୍କା ଚାଲାଣ କଟା ଯାଇଛି