ଜିଓସିନେମାରେ ଉପଲବ୍ଧ ହେବ ଦକ୍ଷିଣ ଭାରତୀୟଚଳଚ୍ଚିତ୍ର

ଭୁବନେଶ୍ୱର/ମୁମ୍ବାଇ : କୋଟି କୋଟି ଜିଓ ଉପଭୋକ୍ତା ତଥା ବିଶେଷ ଭାବେ ଦକ୍ଷିଣ ଭାରତୀୟ ଫିଲ୍ମ ପ୍ରେମୀମାନଙ୍କ ପାଇଁ ତକ୍ରାଳ ଭିଡିଓ ପ୍ଲାଟ୍ଫର୍ମ ଜିଓ ସିନେମା ଏବେ ଏକ ଚମତ୍କାର ସୁଯୋଗ ଆଣି ଦେଇଛି । ସନ୍ ଟିଭି ନେଟ୍ୱର୍କର ଅନ୍ଲାଇନ୍ ଭିଡିଓ ଷ୍ଟ୍ରିମିଂ ପ୍ଲାଟ୍ଫର୍ମ ସନ୍-ନେକ୍ସଟ୍ ସହଭାଗିତାରେ ଜିଓ ସିନେମା ଦେଶ ବ୍ୟାପୀ ଜିଓ ଉପଭୋକ୍ତାମାନଙ୍କ ପାଇଁ ଦକ୍ଷିଣ ଭାରତୀୟ ଫିଲ୍ମ କ୍ୟାଟ୍ଲଗ୍ରୁ ଶ୍ରେଷ୍ଠ ଫିଲ୍ମ ସମ୍ଭାର ଉପଲବ୍ଧ କରାଇବ ।
ଦକ୍ଷିଣ ଭାରତୀୟ ପ୍ରମୁଖ ୪ଟି ଭାଷା ତାମିଲ, ତେଲଗୁ, କନ୍ନଡ଼ ଏବଂ ମାଲାୟାଲମ୍ ଭାଷାରେ ସନ୍- ନେକ୍ସଟ୍ରେ ଉପଲବ୍ଧ ସମସ୍ତ ଫିଲ୍ମ ଜିଓ ସିନେମାରେ ଉପଲବ୍ଧ ହେବ । ଦକ୍ଷିଣ ଭାରତୀୟ ସିନେମା ପ୍ରଶଂସକ (ଫ୍ୟାନ୍) ମାନେ ସନ୍-ନେକ୍ସଟ୍ ଲାଇବ୍ରେରୀରେ ରହିଥିବା ୪,୦୦୦ରୁ ଊଦ୍ଧ୍ୱର୍ଲୋ କପ୍ରିୟ ଦକ୍ଷିଣ ଭାରତୀୟ ଫିଲ୍ମ କ୍ୟାଟ୍ଲଗ୍ରୁ ସିନେମାର ମଜା ନେଇପାରିବେ ।
ଜିଓ ସିନେମା ଉପଲବ୍ଧ କରାଉଥିବା ଉନ୍ନତ ମାନର ଏବଂ ବିଶ୍ୱସ୍ତରୀୟ ଭିଡିଓ ଷ୍ଟ୍ରିମିଂ ଅନୁଭୁତି ଏବଂ ଭରପୁର ମନୋରଞ୍ଜନ ଏବେ ଦକ୍ଷିଣ ଭାରତୀୟ ଫିଲ୍ମ ପ୍ରେମୀ ଉପଭୋଗ କରିପାରିବେ । ଜିଓ ଉପଭୋକ୍ତାମାନେ ସ୍ୱତନ୍ତ୍ର ଭାବେ ଜିଓ ସିନେମାକୁ ବ୍ୟବହାର ଓ ଉପଭୋଗ କରିପାରୁଛନ୍ତି ।
ଏବେ ଜିଓ ସିନେମାର ‘ସୁପର ସାଉଥ୍ ସ୍ୱାଗ୍’ ଜରିଆରେ ଜିଓ ଉପଭୋକ୍ତାମାନେ ସେମାନଙ୍କ ମନ ପସନ୍ଦର ଫିଲ୍ମ ଷ୍ଟାର୍ ଥଲାଇଭର୍ ରଜନିକାନ୍ତ, ଇଲାୟାଥଲ୍ପଥୀ ବିଜୟ, ଆଲ୍ଲୁ ଅର୍ଜୁନ, ଥାଲା ଅଜିତ କୁମାର, ମାମ୍ମୁଟି, ମହେଶ ବାବୁ ଏବଂ ଆହୁରି ଅନେକଙ୍କ ସହ ଲୋକପ୍ରିୟ ସାଉଥ୍ ସିନେମା ସମ୍ଭାର ଉପଭୋଗ କରିପାରିବେ । ମୋବାଇଲ୍ ଆପ୍ ଅଥବା ୱେବ୍ସାଇଟ୍ରେ ଟଲିଉଡ୍, କଲିଉଡ୍, ସାଣ୍ଡାଲ୍ଉଡ୍ ଏବଂ ମଲ୍ଲିଉଡ୍ରୁ ଦକ୍ଷିଣଭାରତୀୟ ଫିଲ୍ମ ଷ୍ଟାର୍ମାନଙ୍କ ଅନନ୍ୟ କ୍ୟାଟ୍ଲଗ୍ରୁ ଏସବୁ ଫିଲ୍ମ ଉପଭୋଗ କରିହେବ ।
ବିଭିନ୍ନ କିସମର ଏବଂ ଆଞ୍ଚଳିକ ଭାଷାର ସ୍ୱତନ୍ତ୍ର ଅରିଜିନାଲ୍ ଭିଡିଓ ସମେତ ବହୁ ସଂଖ୍ୟାରେ ତଥା ଉପଭୋକ୍ତାଙ୍କ ପସନ୍ଦ ଅନୁଯାୟୀ ଭିଡିଓ ଉପଲବ୍ଧ କରାଇବାରେ ଜିଓ ସିନେମାର ସ୍ୱତନ୍ତ୍ର ପରିଚୟ ରହିଛି । ଦକ୍ଷିଣ ଭାରତୀୟ ଷ୍ଟୁଡିଓର ବୃହତ୍ ବ୍ଲକବ୍ଲଷ୍ଟର୍ ଗୁଡ଼ିକର ପ୍ରକୃଷ୍ଟ ଜାଗା ହେଉଛି ସନ୍-ନେକ୍ସଟ୍ ଏବଂ ଏହା ଦକ୍ଷିଣ ଭାରତର ସଦ୍ୟତମ ତଥା ସର୍ବାଧିକ ଲୋକପ୍ରିୟ ଟିଭି କଣ୍ଟେଣ୍ଟ ଉପଲବ୍ଧ କରାଉଛି । ଏହି ଦୁଇ ଡିଜିଟାଲ୍ ପ୍ଲାଟ୍ଫର୍ମ ମଧ୍ୟରେ ସହଭାଗିତା ବଳରେ ଜିଓ ସିନେମାରେ ଦକ୍ଷିଣ ଭାରତୀୟ ଫିଲ୍ମ ଫ୍ୟାନ୍ମାନଙ୍କୁ ଶ୍ରେଷ୍ଠ ଦକ୍ଷିଣ ଭାରତୀୟ ଭିଡିଓ ସମ୍ଭାର ଉପଲବ୍ଧ ହେବ ।
୧୦,୦୦୦ରୁ ଅଧିକ ଫିଲ୍ମ, ୧ ଲକ୍ଷରୁ ଅଧିକ ଟିଭି ଶୋ’ ବା ଧାରାବାହିକ ଏବଂ ମୂଳ ଭିଡିଓ (ଅରିଜିନାଲ୍ସ୍) ସମେତ ବ୍ୟାପକ ସମ୍ଭାର ଜିଓ ସିନେମାରେ ଉପଲବ୍ଧ ହେଉଛି । ଏଥିସହ ଏବେ ସନ୍-ନେକ୍ସଟ୍ର ମୁଭି କ୍ୟାଟ୍ଲଗ୍ ଯୋଡ଼ିହେବା ସହିତ ଏହା ବ୍ୟବହାରକାରୀ ତଥା ଉପଭୋକ୍ତାମାନଙ୍କ ପାଇଁ ଦକ୍ଷିଣ ଭାରତୀୟ ବ୍ଲକବ୍ଲଷ୍ଟର ଫିଲ୍ମଗୁଡ଼ିକ ଦେଖିବା ନିମନ୍ତେ ପ୍ରଥମ ପସନ୍ଦ ଓ ଶ୍ରେଷ୍ଠ ମନୋରଞ୍ଜନ ମାଧ୍ୟମ ହୋଇପାରିଛି ।