Odisha Link
Bridging the Missing Links in Odisha

ରଣବୀରଙ୍କର ନିଆର ବେଶ

ମୁମ୍ବାଇ : ବଲିଉଡ୍‌ ର ଏମିତି ଅନେକ ଅଭିନେତା ନିଜ ଅଭିନୟର ଯାଦୁରେ ଅନେକ ଦର୍ଶକଙ୍କ ମନ କିଣି ନେଇଥାନ୍ତି । ଅଭିନେତା ରଣବୀର ସିଂ ନିଜ ଅଭିନୟ ଓ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ତାଙ୍କ ପାଇଁ ଛୋଟ ରୁ ବଡ଼ ଯାଏଁ ସମସ୍ତେ ପାଗଳ । ରଣବୀର ଅନେକ ଚରିତ୍ରରେ ଅଭିନୟ କରିଛନ୍ତି । ଦିବ୍ୟାଙ୍ଗ ଠକ୍କରଙ୍କ ନିର୍ଦ୍ଦେଶିତ ସିନେମାରେ ‘ଜୟେଶଭାଇ ଜୋରଦାର’ ରେ ତାଙ୍କୁ ଦେଖିବାକୁ ମିଳିବ ।

ସିନେମାର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି । ପୋଷ୍ଟରରେ ରଣବୀରଙ୍କୁ ଅରେଞ୍ଜ କଲରର ଏକ ପ୍ରିଣ୍ଟେଡ୍‌ ଟି-ଶାର୍ଟ, ବ୍ଲାକ୍‌ ଫେଡେଡ୍‌ ପ୍ୟାଣ୍ଟ ଓ ନୂଆ ହେୟାର ଷ୍ଟାଇଲ୍‌ରେ ଦେଖିବାକୁ ମିଳିଛି । ଏହି ଫଟୋରେ ରଣବୀର ହ୍ୟାଣ୍ଡସମ୍‌ ଦେଖାଯାଉଛନ୍ତି। ରଣବୀରଙ୍କୁ ଜଣେ ଗୁଜରାଟୀ ବ୍ୟକ୍ତି ଚରିତ୍ରରେ ଦେଖିବାକୁ ମିଳିବ।

ତାଙ୍କର ସବୁ ସିନେମାରେ ଚରିତ୍ର ଭିନ୍ନ ଭିନ୍ନ ଓ ଚ୍ୟାଲେଞ୍ଜିଂ ରହିଥାଏ। ଉକ୍ତ ପୋଷ୍ଟରରେ ରଣବୀରଙ୍କ ପଛରେ କେତେକ ମହିଳା ଓଢ଼ଣା ପକାଇଥିବା ଦେଖିବାକୁ ମିଳିଛି। ତେବେ ପୋଷ୍ଟରକୁ ଦେଖିଲେ ଲାଗୁଛି ସିନେମାଟି ଡ୍ରାମା ଓ କମେଡିରେ ଭରପୂର ହୋଇଥିବ ବୋଲି ଆଶା କରାଯାଉଛି । ୟଶ୍‌ ରାଜଙ୍କ ବ୍ୟାନରରେ ଫିଲ୍ମର ପ୍ରସ୍ତୁତ କରାଯାଇଛି ।

Comments are closed.