Odisha Link
Bridging the Missing Links in Odisha

ହାଇଦ୍ରବାଦ ଦୁଷ୍କର୍ମ-ହତ୍ୟା ମାମଲାର ଶୁଣାଣି ଫାଷ୍ଟ ଟ୍ରାକ୍ କୋର୍ଟରେ ହେବ

ହାଇଦ୍ରାବାଦ: ଫାଷ୍ଟ ଟ୍ରାକ୍‌ କୋର୍ଟରେ ଶୁଣାଣି ହେବ ବହୁ ଚର୍ଚ୍ଚିତ ଭେଟେରିନାରୀ ଡାକ୍ତରଙ୍କ ଦୁଷ୍କର୍ମ ହତ୍ୟା ମାମଲା। ଏନେଇ ରାୟ ଦେଇଛନ୍ତି ତେଲେଙ୍ଗାନା ହାଇକୋର୍ଟ। ଏହି ଭୟଙ୍କର ଘଟଣା ତେଲେଙ୍ଗାନା ସହିତ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ସୋମବାର ସମାଜବାଦୀ ପାର୍ଟି ସାଂସଦ ଗୃହରେ ଏହି ପ୍ରସଙ୍ଗରେ କହିଥିଲେ ଦୁଷ୍କର୍ମକାରୀଙ୍କୁ ଲୋକଙ୍କୁ ହସ୍ତାନ୍ତର କରିଦିଆଯାଉ ଏବଂ ସର୍ବସାଧାରଣରେ ସେମାନଙ୍କ ହତ୍ୟା କରାଯାଉ।

ସୂଚନାଯୋଗ୍ୟ ଯେ, ଏହି ମାମଲାରେ ମହମ୍ମଦ ଆରିଫ୍‌, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚିନ୍ତାକୁନ୍ତା ଚେନ୍ନାକେଶବଲୁ ଆଦି ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏମାନେ ସମସ୍ତେ ୨୦-୨୬ ବର୍ଷ ବୟସର। ସେମାନେ ସମସ୍ତେ ମଦ ପିଇ ଏଭଳି କାଣ୍ଡ ଘଟାଇଥିଲେ।

Comments are closed.