Odisha Link
Bridging the Missing Links in Odisha

ସଂସଦରେ ଦୌଡିଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସଂସଦ ପରିସରରେ ଦୌଡିଥିଲେ ରେଳମନ୍ତ୍ରୀ ପିୟୂଷ ଗୋଏଲ। ଯାହାର ଫଟୋ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଜି ଦୌଡ଼ି ଦୌଡ଼ି ସଂସଦରେ ପହଞ୍ଚିଥିଲେ ରେଳମନ୍ତ୍ରୀ ପିୟୂଷ ଗୋଏଲ। ଆଖପାଖରେ ଥିବା ଲୋକ ଗୋଏଲଙ୍କୁ ଚାହିଁ ରହିଥିଲେ। କେହି କିଛି ବୁଝିବା ଆଗରୁ ଗୋଏଲ ଲୋକସଭା ଭିତରକୁ ପ୍ରବେଶ କରିଥିଲେ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି

ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକ ଥିଲା। ଏହି ବୈଠକରେ ସବୁ ମନ୍ତ୍ରୀ ଯୋଗ ଦେଇଥିଲେ। ଏହି ବୈଠକ ସରିବା ପରେ ଲୋକସଭା ପ୍ରଶ୍ନକାଳରେ ଯୋଗ ଦେବା ପାଇଁ ଗୋଏଲ ଦୌଡ଼ି ଦୌଡ଼ି ଯାଇଥିଲେ। ଗୁଜୁରାଟର ବାରଦୋଲି ସାଂସଦ ପ୍ରଭୁ ବସଓ୍ୱା ଗୋଏଲଙ୍କର ଏହି ଫଟୋକୁ ଟୁଇଟରରେ ପୋଷ୍ଟ କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ‘‘ଆଦରଣୀୟ ମନ୍ତ୍ରୀ ପିୟୂଷ ଗୋଏଲଜୀ କ୍ୟାବିନେଟ ମିଟିଙ୍ଗ୍‌ ସରିବା ପରେ ପ୍ରଶ୍ନକାଳରେ ଭାଗ ନେବା ପାଇଁ ଦୌଡ଼ି ଦୌଡ଼ି ସଂସଦରେ ପହଞ୍ଚିଛନ୍ତି’’।

ଅନ୍ୟପଟେ ଟୁଇଟର ୟୁଜର ଟ୍ରୋଲ ମଧ୍ୟ କରିଛନ୍ତି। କିଏ କିଏ ଏଭଳି କାର୍ଯ୍ୟକୁ ସ୍ବାଗତ କରିଥିବା ବେଳେ ଆଊ କେତେକ ୟୁଜର ଗୋଏଲଜୀ ଟ୍ରେନ୍‌ ଛାଡ଼ି ଦେଲେ ବୋଲି କମେଣ୍ଟ କରି କହିଛନ୍ତି।

Comments are closed.