Odisha Link
Bridging the Missing Links in Odisha

ଆଜି ଭାରତୀୟ ନୌସେନା ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ଆଜି ହେଉଛି ଭାରତୀୟ ନୌସେନାର ପ୍ରତିଷ୍ଠା ଦିବସ । ପ୍ରତିବର୍ଷ ଡିସେମ୍ବର ୪ତାରିଖକୁ ନୌସେନା ଦିବସ ଭାବରେ ପାଳନ କରାଯାଏ । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା ଦେଖାଇଥିଲା ଅଦମ୍ୟ ସହାସ। ପାକିସ୍ତାନର ଅଚାନକ ଆକ୍ରମଣକୁ ପ୍ରତିହତ କରିବାକୁ ଭାରତୀୟ ସେନା ଆରମ୍ଭ କରିଥିଲା ଅପରେସନ୍ ଟ୍ରାଇଡେଣ୍ଟ । କରାଚୀରେ ଥିବା ପାକିସ୍ତାନୀ ସେନା ମୁଖ୍ୟାଳୟକୁ ଟାର୍ଗେଟ କରାଯାଇଥିଲା । କରାଚୀ ଉପକୂଳରେ ଥିବା ପାକିସ୍ତାନୀ ଜାହାଜ ଉପରେ ଆକ୍ରମଣ କରିଥିଲା ଭାରତୀୟ ଯୁଦ୍ଧ ଜାହାଜ । ଆକ୍ରମଣ ଯୋଗୁ ପାକିସ୍ତାନୀ ନୌସେନାର ଡେଷ୍ଟ୍ରୟର ପିଏନ୍ଏସ୍ ଖାଇବର ଓ ମାଇନ୍ ସ୍ବିପର ପିଏନ୍ଏସ୍ ମୁହାଫିକ ଧ୍ବଂସ ହୋଇଯାଇଥିଲା । ଏଥିରେ ୭୨୦ ପାକିସ୍ତାନୀ ନୌସୈନିକ ପ୍ରାଣ ହରାଇଥିଲେ । ଏଥିରେ ପାକିସ୍ତାନର ଅନେକ ଜାହାଜ ମଧ୍ୟ ଧ୍ବଂସ ହୋଇ ଯାଇଥିଲା ଏହା ସହ କରାଚୀ ତେଲ ଡିପୋ ୭ଦିନ ଧରି ଜଳିଥିଲା। ଏହା ଭାରତ ନୌସେନା ପାଇଁ ବିଜୟର ଦିବସ । ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ନୌସେନା ଅବଦାନ ଅତୁଳନୀୟ । ସେହିଦିନ ଠାରୁ ଡିସେମ୍ବର ୪ ତାରିଖରେ ଭାରତରେ ନୌସେନା ଦିବସ ପାଳିତ ହୋଇ ଆସୁଛି ।

Comments are closed.