Odisha Link
Bridging the Missing Links in Odisha

ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ସୂଚନା ଅଧିକାର(ଆର୍‌ଟିଆଇ) କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃ୍ତ ଆର୍‌ଟିଆଇ କର୍ମୀଙ୍କ ନାଁ ହେଉଛି ଅଭିମନ୍ୟୁ ପଣ୍ଡା। ଆଜି ସକାଳେ ପାତ୍ର ସାହି ସ୍ଥିତ ନିଜ ବାସଭବନ ଆଗରେ ଅଭିମନ୍ୟୁ ଛିଡା ହୋଇଥିିବା ବେଳେ ଏହି ସମୟରେ ଗୋଟିଏ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଗୁଳିଟି ତାଙ୍କ ଛାତିରେ ବାଜି ଥିଲା। ଏହାପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁତ୍ବର ଅବସ୍ଥାରେ ତାଙ୍କୁ ବାଲିଗୁଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ବାଲିଗୁଡା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିମନ୍ୟୁଙ୍କ ବାସଭବନ ଆଗରୁ ଖୋକା ଜବତ କରିବା ସହ ଘଟଣାର ତଦନ୍ତ କରୁଛି। କିଏ ଓ କାହିଁକି ଗୁଳିମାଡ଼ କଲା ସେନେଇ ପୁଲିସ୍‌ ତନାଘନା ଚଳାଇଛି।

Comments are closed.