Odisha Link
Bridging the Missing Links in Odisha

ଏସ୍‌ଟିଏସ୍‌ସି ବିଭାଗରେ ଟ୍ରେନରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ କର୍ମଶାଳା

ଭୁବନେଶ୍ବର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟର ସର୍ବନିମ୍ନ ମାନବୃଦ୍ଧି କରିବା ସହିତ ଆଇ.ଏସ୍‌.ଓ ମାନଯୁକ୍ତ କରିବା ନିମନ୍ତେ କ୍ୱାଲିଟି କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ।

କ୍ୱାଲିଟି କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ଦ୍ୱାରା ଆବାସିକ ବିଦ୍ୟାଳୟରେ ଏକ ବ୍ୟା ପକ ଆକଳନ ତଥା ପର୍ଯ୍ୟାଲୋଚନା କରାଯାଇ ଏହି ଆବାସିକ ବିଦ୍ୟାଳୟଗୁଡ଼ିକୁ ଆଇ.ଏସ୍‌.ଓ ପ୍ରମାଣ ପତ୍ର ପରିସରଭୁକ୍ତ
କରିବା ପାଇଁ ଯୋଗ୍ୟ ବିବେଚିତ କରାଯିବ । ପ୍ରଥମ ପର୍ଯ୍ୟାୟରେ କେଉଁଝରର ୧୮୦ଟି ହଷ୍ଟେଲ୍‌କୁ ଏହି ମିଶନରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଡିସେଞ୍ଚର ୧୦ ଓ ୧୧ ଦୁଇଦିନ ଧରି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ବିଭାଗ ପକ୍ଷରୁ ଟ୍ରେନରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଏକ ଦୁଇଦିନିଆ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଏହି କର୍ମଶାଳାରେ ଅଂଶଗ୍ରହଣକାରୀମାନଙ୍କ ସହିତ ହଷ୍ଟେଲ୍‌ ସଂପର୍କିତ ସମସ୍ତ ମାନଦଣ୍ଡ ସଂପର୍କରେ ଆଲୋଚନା କରାଯାଇଥିଲା। ତାଲିମ ଗ୍ରହଣକାରୀମାନେ ସ୍ୱମୂଲ୍ୟାୟନ କରିବେ ଓ କେଉଁଠାରେ ଦୂରତା ରହୁଛି ସେ ବିଷୟରେ ସେମାନଙ୍କୁ ମାର୍ଗଦର୍ଶନ କରାଯିବ। ମାଷ୍ଟର ଟ୍ରେନରମାନେ ହଷ୍ଟେଲ୍‌ ସହିତ ସଂଯୁକ୍ତ ରହିବେ। ହଷ୍ଟେଲ୍‌ର ମାନଦଣ୍ଡକୁ କିପରି ଭାବରେ ନିରୂପଣ କରାଯିବ ତା’ଉ ପରେ କର୍ମଶାଳାରେ ଏକ ଅଣୁ ଯୋଜନା ପ୍ରସ୍ତୁତ କରାଯାଇଛି ।

ଏହି କର୍ମଶାଳାରେ ଯୋଗଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା ଅଂଶଗ୍ରହଣକାରୀମାନଙ୍କୁ ପ୍ରକ୍ରିୟାର ମାନୋନ୍ନୟନ ଉପରେ ଗୁରୁତ୍ୱ ଦେବା ପାଇଁ କହିଥିଲେ। ବିଭାଗରେ କାର୍ଯ୍ୟକ୍ରମ ଚାଲୁ ରହିଛି ଏବଂ ସେଗୁଡ଼ିକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀମତୀ ଚୋପ୍ରା କହିଥିଲେ। ଉଭୟ ଜିଲ୍ଲା ଓ ବିଦ୍ୟାଳୟସ୍ତରରେ ଏହି କାର୍ଯ୍ୟକ୍ରମକୁ ମାଷ୍ଟର ଟ୍ରେନରମାନେ ପରବର୍ତ୍ତୀ ପର୍ଯ୍ୟାୟରେ ତାଲିମ ପ୍ରଦାନ କରିବେ। କେଉଁଠାରେ ବ୍ୟବଧାନ ରହୁଛି, ମାଷ୍ଟର ଟ୍ରେନରମାନେ ତାହାକୁ ଚିହ୍ନଟ କରିବା ଉପରେ ଶ୍ରୀମତୀ ଚୋପ୍ରା ଗୁରୁତ୍ୱ ଆରୋପ କରିଥିଲେ।

କର୍ମଶାଳାରେ ଯୋଗଦେଇ ବିଭାଗୀୟ ନିର୍ଦ୍ଦେଶକ (ଏସ୍‌.ଟି) ଶ୍ରୀ ସଚିନ୍‌ ଆର୍‌. ଯାଦବ କହିଥିଲେ ଯେ, ଏହାକୁ ନୀତି, ନିୟମ, ସରକାରୀ ନିର୍ଦ୍ଦେଶନାମା ଅନୁସାରେ ଅନୁ ପାଳନ କରିବା ଜରୁରୀ। ଏହି କାର୍ଯ୍ୟକ୍ରମର ସଫଳ କାର୍ଯ୍ୟନୟନ ନିମନ୍ତେ କ୍ୱାଲିଟି କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ଓ କୁ୍ୟସିଆଇର କ୍ଷେତ୍ର ଅଧିକାରୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କୁ୍ୟସିଆଇର ସିଇଓ ମନିଷ କୁମାର କହିଥିଲେ।

ହଷ୍ଟେଲ୍‌ଗୁଡ଼ିକୁ ଆଇ.ଏସ୍‌.ଓ ମାନକଯୁକ୍ତ କରିବା ଉଦ୍ଦେଶ୍ୟରେ ସ୍ୱମୂଲ୍ୟାୟନ, ତାରତମ୍ୟ ସମୀକ୍ଷା, ପ୍ରତିକାର କୌଶଳ କ୍ଷେତ୍ରରେ ସଂ ପୂର୍ଣ୍ଣ ସହାୟତା କରାଯିବ ବୋଲି ମନିଷ କୁମାର ଆଲୋକ ପାତ କରିଥିଲେ । ମିଶନ ମୋଡ୍‌ରେ ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଦିଗରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର କି୍ରୟାଶୀଳତାକୁ ସେ ପ୍ରଶଂସା କରିଥିଲେ। ଏହି ମଡେଲ୍‌ ଏସ୍‌ଏସ୍‌ଡି ବିଭାଗର ସମସ୍ତ ୬ ହଜାର ୫୦୦ ହଷ୍ଟେଲ୍‌ରେ କାର୍ଯ୍ୟକାରୀ ହେବ। ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ, ଉପଦେଷ୍ଟା ତଥା ସ୍ୱତନ୍ତ୍ର ସଚିବ ପ୍ରଫେସର ଡ. ଅଖିଳ ବିହାରୀ ଓତା କାର୍ଯ୍ୟ ଖସଡ଼ାରେ ଦର୍ଶାଯାଇଥିବା ବିଭିନ୍ନ ସୂଚକାଙ୍କଗୁଡ଼ିକ ଉପରେ ଗୁରୁତ୍ୱ ଆରୋପ କରିଥିଲେ।

Comments are closed.