Odisha Link
Bridging the Missing Links in Odisha

ଦୋକାନ ଉପରେ ମାଡିଗଲା ଡମ୍ପର

କଟକ: କଟକ ଜିଲ୍ଲା ମାହାଙ୍ଗା ଥାନା କୋଠପଦା ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଛକ ନିକଟରେ ଦାମୋଦର ହୋଟେଲ ଉପରକୁ ମାଡିଯାଇଛି ଡମ୍ପର। ଅଳ୍ପକେ ବର୍ତ୍ତିଗଲା ଲୋକଙ୍କ ଜୀବନ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଡମ୍ପରକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି।

ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଅତ୍ୟଧିକ କୁ‌ହୁଡି ଯୋଗୁଁ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହୁଛନ୍ତି । ଦୁର୍ଘଟଣାରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ତେବେ ବେଳେ କେଉଁ ପରିସ୍ଥିତିରେ ଡମ୍ପରଟି ହୋଟେଲ ଭିତରକୁ ମାଡିଗଲା ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ।

Comments are closed.