Odisha Link
Bridging the Missing Links in Odisha

ନାଗରିକତା ସଂଶୋଧନ ବିଲ୍‌ ପାସ୍‌ ପରେ କଣ କହିଲେ ମୋଦି ଓ ଶାହ

ନୂଆଦିଲ୍ଲୀ: ବହୁ ବିବାଦୀୟ ନାଗରିକତା ସଂଶୋଧନ ବିଲ୍‌ ବହୁ ବିତର୍କ ପରେ ଆଜି ରାଜ୍ୟସଭାରେ ପାସ୍‌ ହୋଇଛି। ଏହି ବିଲ୍‌ ପୂର୍ବରୁ ଲୋକସଭାରେ ପାସ୍‌ ହୋଇ ସାରିଛି। ଏହି ବିଲ ପାସ ହେବା ପରେ ଖୁସିବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସେ କହିଛନ୍ତି, “ଆଜି ଭାରତ ପାଇଁ ଏକ ଐତିହାସିକ ଦିନ। ଆମ ଦେଶର ଭାଇଚାରର ବିଜୟ ହୋଇଛି। ମୁଁ ଖୁସି ଯେ ଆଜି ରାଜ୍ୟସଭାରେ ସିଏବି ୨୦୧୯ ପାସ ହୋଇଛି। ମୁଁ ସମର୍ଥନ ଦେଇଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଯେଉଁ ସାଂସଦମାନେ ଏହି ବିଲକୁ ସମର୍ଥନ କରିଛନ୍ତି ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି। କ୍ଷତିଗ୍ରସ୍ତ ହେଉଥିବା ଲୋକଙ୍କୁ ସମ୍ମାନିତ କରିବା ପାଇଁ ବିଲକୁ ସମର୍ଥନ ମିଳିଛି। ଏହି ବିଲ ଦୀର୍ଘ ବର୍ଷ ହେଲା ଧର୍ମ ଉତ୍ପୀଡ଼ନାର ଶିକାର ହୋଇଥିବା ଲୋକଙ୍କ ଯନ୍ତ୍ରଣାକୁ କମ କରିବ।”

ବିଲ ପାସ ପରେ ଅମିତ ଶାହ ଟ୍ୱିଟ କରି କହିଛନ୍ତି, “ଆଜି ସଂସଦ ସିଏବି ୨୦୧୯ ବିଲ ପାସ କରିବା ପରେ ନିର୍ଯାତିତ ହୋଇଥିବା ସମସ୍ତ ଭାଇଭଉଣୀଙ୍କ ସ୍ୱପ୍ନ ସାକାର ହୋଇଛି। ଏହି ନିଷ୍ପେସିତ ଓ ନିର୍ଯାତିତ ଲୋକଙ୍କୁ ନ୍ୟାୟ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଯେଉଁ କାମ କରିଛନ୍ତି, ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ସମର୍ଥନ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।”

Comments are closed.