Odisha Link
Bridging the Missing Links in Odisha

ଗୃହ ମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଡିଜିପି

ଭୁବନେଶ୍ବର: ନୂଆକରି ଦାୟିତ୍ୱ ଗ୍ରହଣ କରିଥିବା ରାଜ୍ୟ ପୁଲିସ୍‌ ମହାନିର୍ଦ୍ଦେଶକ ଅଭୟ ଆଜି ଅପରାହ୍ନରେ ଗୃହ, ଶିଳ୍ପ, ଶକ୍ତି, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟା ପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ନବନିଯୁକ୍ତ ପୁଲିସ୍‌ ମହାନିର୍ଦ୍ଦେଶକ ଅଭୟଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ କାର୍ଯ୍ୟ ପନ୍ଥା ସଂପର୍କରେ ବିଶେଷ ଆଲୋଚନା କରିଥିଲେ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ ସୂତ୍ରର ଅନୁ ପାଳନ, ‘ମୋ ସରକାର’ କାର୍ଯ୍ୟକ୍ରମ ସହ ଆଇନଶୃଙ୍ଖଳା ପରିସ୍ଥିତି, ମହିଳା, ଶିଶୁ ଓ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଏବଂ ନକ୍ସଲ୍‌ ସମସ୍ୟାର ସମାଧାନନ ଉପରେ ଉଭୟଙ୍କ ମଧ୍ୟରେ
ଆଲୋଚନା ହୋଇଥିଲା ।

Comments are closed.