Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀ-ଆରବିଆଇ ଗଭର୍ଣ୍ଣର ସାକ୍ଷାତକାର, ଏହି ବିଷୟରେ..

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପ୍ରତିକ୍ରିୟା ଦେଇଛନ୍ତି ଶଶିକାନ୍ତ ଦାସ। । ସେ କହିଛନ୍ତି ଯେ, ଆସନ୍ତାକାଲି ରିଜର୍ଭ ବ୍ୟାଙ୍କର ସେଣ୍ଟ୍ରାଲ ବୋର୍ଡ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ୨୦୧୨ ରେ ଏହି ବୈଠକ ଶେଷଥର ପାଇଁ ଭୁବନେଶ୍ବରରେ ହୋଇଥିଲା। ଦୀର୍ଘ ୭ ବର୍ଷ ପରେ ପୁଣିଥରେ ଭୁବନେଶ୍ବରରେ ଏହି ବୈଠକ ହେବାକୁ ଯାଉଛି । ବୈଠକରେ ଯୋଗଦେବାକୁ ସେ ଓଡ଼ିଶା ଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ସୌଜନ୍ୟତା ମୂଳକ ଥିବା ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ଅଧିକ ବ୍ୟାଙ୍କ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଆରବିଆଇ ଗଭର୍ଣ୍ଣରଙ୍କୁ ଅନୁରୋଧ କରିଛନ୍ତି ।

ଓଡ଼ିଶାର ଅର୍ଥନୈତିକ ଦେଣନେଣ, ଇ-ବ୍ୟାଙ୍କି, କୃଷି ଋଣ ପ୍ରଭୃତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ଦେଶର ଅର୍ଥନୈତିକ ମାନ୍ଦାବସ୍ଥା ନେଇ ପ୍ରତିକ୍ରିୟା ରଖିଥିଲେ । ମାନ୍ଦାବସ୍ଥା ନେଇ ବ୍ୟାଙ୍କ ମାନଙ୍କ ସହ ସବୁବେଳେ ଆଲୋଚନା ହୋଇଥାଏ । ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସବୁବେଳେ ନୂଆ ନୂଆ ସମସ୍ୟା ସୃଷ୍ଟି ହୁଏ । ସମସ୍ୟା କୁ ସାମ୍ନା କରିବାକୁ ସବୁବେଳେ ପ୍ରସ୍ତୁତ ରହିବାକୁ ବ୍ୟାଙ୍କ ଗୁଡିକୁ କୁହାଯାଇଛି । ବିଭିନ୍ନ ଯୋଜନାରେ ସରକାରଙ୍କ ଟଙ୍କା ଲୋକଙ୍କ ପାଖକୁ କିଭଳି ସୁବିଧାରେ ଦିଆଯାଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଛି ।

Comments are closed.