ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା !

କଟକ: କଟକରେ ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଛି। ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ବର ଗାଁରେ ଘଟିଛି ହତ୍ୟାକାଣ୍ଡ । ଘଟଣାସ୍ଥଳରେ ପୋଲସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁସାରେ ଘର କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ହତ୍ୟାକରୀ ଫେରାର ହୋଇଯାଇଛନ୍ତି। ମୃତ ଦମ୍ପତ୍ତି ଶ୍ରୀନାଥ ସାମଲ,ବିଦୁଲତା ସାମଲ। ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରାଯାଇଛି। କଟକ ଡିସିପିଙ୍କ ସହ ପୋଲିସର ବରିଷ୍ଠ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ତେବେ ଡିସିପିଙ୍କ କହିବା ଅନୁସାରେ କେହି ଜାଣିବା ଲୋକ ଏହି ହତ୍ୟାକାଣ୍ଡ ସହ ସମ୍ପୃକ୍ତ ଅଛନ୍ତି। ପୋଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡି ନାହିଁ।