ନଦୀରୁ ଉଦ୍ଧାର ହେଲା ବିରଳ ଶାଙ୍କୁଚ

କଟକ: କଟକ ଜିଲ୍ଲା ନିଆଳି ବିଳାଶୁଣି କନ୍ଦଳ ନଦୀରୁ ଆଜି ଏକ ବିରଳ ଶାଙ୍କୁଚ ଉଦ୍ଧାର ହୋଇଛି। ଶାଙ୍କୁଚଟିର ଓଜନ ପ୍ରାୟ ଦେଢ କୁଇଣ୍ଟାଲ ହେବ ବୋଲି ଅନୁମାନ କରାଯାଇଛି। ମାଛ ମାରୁଥିବା ସମୟରେ ମତ୍ସ୍ୟଜୀବୀଙ୍କ ଜାଲରେ ଏହି ବିରଳ ଶାଙ୍କୁଚ ପଡ଼ିଥିବା ଜଣାପଡ଼ିଛି। ଜାଲରେ ଏତେ ବଡ଼ ଶାଙ୍କୁଚ ପଡ଼ିବା ବିରଳ ଓ ଏହାକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ବେଶ ଭିଡ଼ ଜମିଛି। ବନବିଭାଗକୁ ଘଟଣା ବିଷୟରେ ଖବର ଦିଆଯାଇଛି। ସେମାନେ ପହଞ୍ଚିବା ପରେ ଏହାକୁ କେଉଁଠାକୁ ସ୍ଥାନାନ୍ତର କରାଯିବ ସେନେଇ ସ୍ଥିର କରାଯିବ ବୋଲି ଖବର ମିଳିଛି।