Odisha Link
Bridging the Missing Links in Odisha

ସାଇକେଲରେ ଅଫିସ୍‌ ଆସିଲେ ବାବୁ

ଭୁବନେଶ୍ୱର: ବଡ଼ ଗାଡ଼ିରେ ନୁହେଁ ବରଂ ସାଇକେଲରେ ଆସୁଛନ୍ତି ବାବୁ। ଏମିତି ଘଟଣା କୌଣସି ଅପହଁଚ ଇଲାକାରେ ନୁହେଁ ବରଂ ଖୋଦ ରାଜଧାନୀ ଭୁବନେଶ୍ୱରରେ ହିଁ ଦେଖିବାକୁ ମିଳିଛି। ପ୍ରଦୂଷଣ ରୋକିବାକୁ ବିଏମସି ଓ ବିଡ଼ିଏର ଅଧିକାରୀ ଓ କର୍ମଚାରୀମାନେ ଏଭଳି ଅଭିନବ ପଦକ୍ଷେପ ଗ୍ରହର କରିଛନ୍ତି । ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ବିଡ଼ିଏ ଓ ବିଏମସି ପକ୍ଷରୁ ଏଭଳି ନୋଟିସ କରାଯାଇଛି। ଫଲରେ ଆଜି ସକାଳୁ ବିଏମସି କମିଶନର, ଅତିରିକ୍ତ କମିଶନର ଓ ଡେପୁଟି କମିଶନରଙ୍କ ଠାରୁ ଆରମ୍ଭ କରି କର୍ମଚାରୀମାନେ ସମସ୍ତେ ସାଇକେଲରେ ଅଫିସ ଆସୁଥିବା ଦେଖିବାକୁ ମିଳିଥିଲା।

ସୂଚନା ଅନୁସାରେ, ଶୁକ୍ରବାର ସାଇକେଲରେ ଆସିବାକୁ ବିଏମସି ଓ ବିଡ଼ିଏ ପକ୍ଷରୁ ସବୁ କର୍ମଚାରୀଙ୍କୁ ନୋଟିସ ଦିଆଯାଇଥିଲା। ଏମିତିକି ଶୁକ୍ରବାର ଦିନ ଅଫିସରମାନେ ସରକାରୀ କାମ ପାଇଁ ଉଦ୍ଧିଷ୍ଟ ଗାଡ଼ି ବ୍ୟବହାର କରିପାରିବେ ନାହିଁ ବୋଲି ନୋଟିସ କରାଯାଇଥିଲା।

Comments are closed.