Odisha Link
Bridging the Missing Links in Odisha

ଡ୍ରେନରୁ ଉଦ୍ଧାର ହେଲା ଶିଶୁକନ୍ୟା

ପଦ୍ମପୁର : ପୁଣି ଥରେ ଉଦ୍ଧାର ହେଲା ଅଲୋଡ଼ା ଶିଶୁକନ୍ୟା । ବରଗଡ଼ ଜିଲ୍ଲା ପଦ୍ମପୁରର ଏକ ଡ୍ରେନରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା । ପଦ୍ମପୁର ସହର ୬ ନମ୍ବର ଓ୍ୱାର୍ଡର ଶାସ୍ତ୍ରୀ ଛକ ସାହିର ଡ୍ରେନରୁ ଜୀବିତ ଅବସ୍ଥାରେ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ। ଆଜି ସକାଳୁ ଶିଶୁଟିର କାନ୍ଦ ଶୁଣିବା ପରେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା । ଶିଶୁକନ୍ୟାକୁ ଉଦ୍ଧାର କରିବା ପରେ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିଶୁ କନ୍ୟାଟି କାହାର ଓ କିଏ ଡ୍ରେନ୍‌ରେ ଫୋପାଡିଛି ସେ ସମ୍ପର୍କରେ କୌଣସି ତଥ୍ୟ ମିଳିପାରି ନାହିଁ।

Comments are closed.