Odisha Link
Bridging the Missing Links in Odisha

ଅବସାଦରେ ‘ନିର୍ଭୟା’ ମାମଲାର ୪ ଦୋଷୀ

ନୂଆଦିଲ୍ଲୀ: ଅବସାଦରେ ଅଛନ୍ତି ‘ନିର୍ଭୟା’ ମାମଲାର ୪ ଦୋଷୀ। ଏପରିକି ଜେଲ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ସେମାନେ ଖାଇବା ପିଇବା ବି କମାଇ ଦେଇଛନ୍ତି। ଏଭଳି ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି।ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଦୋଷୀ ଅକ୍ଷୟ ଠାକୁର, ମୁକେଶ, ପବନ ଗୁପ୍ତା ଏବଂ ବିନୟ ଶର୍ମା ଉପରେ ଜେଲ୍ କର୍ତ୍ତୃପକ୍ଷ କଡ଼ା ନଜର ରଖିଛନ୍ତି। ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ସେମାନେ ଖାଇବା ପିଇବା କମ୍ କରି ନିଜ ଶରୀରର ଯେମିତି କ୍ଷତି ନକରନ୍ତି ସେ ନେଇ ଜେଲ କର୍ତ୍ତୃପକ୍ଷ ନଜର ରଖିଛନ୍ତି। ଏବେ ଏହି ୪ ଦୋଷୀଙ୍କ ସୁରକ୍ଷା ପାଇଁ ୫ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଥିବା ସୂଚନା ରହିଛି।

Comments are closed.