Odisha Link
Bridging the Missing Links in Odisha

ଦୁର୍ଘଟଣା ପରେ ଗାଡ଼ି ସହ ଜଳିଗଲେ ଦୁଇ ଚାଳକ

ସମ୍ବଲପୁର: ଲୁହା ପଥର ବୋଝେଇ ଟ୍ରକ ସହ ଗ୍ୟାସ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି। ପରସ୍ପର ସହ ଧକ୍କା ହୋଇ ଘଟଣାସ୍ଥଳରେ ୨ଟି ଯାକ ଗାଡି ଜଳିଯାଇଛି । ଆଉ ୨ଟି ଯାକ ଗାଡିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।
ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ସମୟରେ ଯୁଜୁମୁରା ଥାନା ନିକଟରେ ଏକ ଟ୍ରକ୍ ସହ ଗ୍ୟାସ୍ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଗ୍ୟାସ୍ ଟ୍ୟାଙ୍କରର ତେଲ ଟାଙ୍କି ଫାଟି ନିଆଁ ଲାଗି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇଟି ଗାଡ଼ିର ଭୟାବହ ନିଆଁ ଲାଗିଯାଇଥିଲା, ଯାହାଫଳରେ କି ଗାଡିରେ ଥିବା ଉଭୟ ଡ୍ରାଇଭର ବାହାରିନପାରି ଜୀଅନ୍ତା ଜଳି ଯାଇଛନ୍ତି । ମୃତକଙ୍କ ପଚିଚୟ ମିଳିପାରିନାହିଁ । ତେବେ ଖବର ପାଇ ଘଟଣାସ୍ଥଳରେ ଯୁଜୁମୁରା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଥିବା ବେଳେ ସମ୍ବଲପୁର ଓ ରେଢ଼ାଖୋଲରୁ ଦମକଳ ବାହିନୀ ଆସି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଗାଡ଼ିରେ ଗ୍ୟାସ୍ ଲୋଡିଂ ଥିବାରୁ ଅଗ୍ନିଶମ ବାହିନୀ କୁଲିଂ ପ୍ରକ୍ରିୟା ଜାରି ରଖିଛି ।

Comments are closed.