Odisha Link
Bridging the Missing Links in Odisha

ଦିନେ ଖାଇବାକୁ ନଥିଲା ଏବେ ଲକ୍ଷପତି!

ନୂଆଦିଲ୍ଲୀ: ସାହଯ୍ୟ ମାଗିବାକୁ ତାଙ୍କ ସ୍ୱାଭିମାନ ବାଧା ଦେଇଥିଲା କିନ୍ତୁ ପାଖରେ ଖାଇବା ପାଇଁ କିଛି ନଥିଲା ଶେଷରେ ଜୀବନ ବଞ୍ଚାଇବା ପାଇଁ ଆପଣେଇଲେ ଏହି ଅଭିନବ ଉପାୟ। ନାଟିଂଘମର ୫୯ ବର୍ଷୀୟ ୱିଲିୟମ ଏକ ବୁଟ୍‌ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ଅତି କଷ୍ଟରେ ତାଙ୍କର ଜୀବନଯାପନ କରୁଥିଲେ। ଓଳିଏ ଖାଇବାକୁ ବି ତାଙ୍କ ପାଖରେ କିଛି ନ ଥିଲା। ଶେଷରେ ସେ ଘର ଦୁଆର ମୁହଁରେ ଏକ ନୋଟିସ ମାରି ସାହାଯ୍ୟ ଭିକ୍ଷା କରିଲେ। ଏହି ନୋଟିସ୍‌ରେ ସେ ଲେଖିଲେ-‘ମୋ ପାଖରେ ଖାଇବା ପାଇଁ କିଛି ନାହିଁ। ମୋ ଘରେ ବିଜୁଳି ବି ନାହିଁ। ଆପଣ ମୋତେ କୌଣସି ପ୍ରକାର ସାହାଯ୍ୟ କରିପାରିଲେ ମୁଁ ଉପକୃତ ହେବି।’

ଏହି ନୋଟିସ ପଢି ନଟିଂଘମର କ୍ରେଗ୍‌ କ୍ରାଫର୍ଡ ନାମକ ଜଣେ ବ୍ୟବସାୟୀ ତାଙ୍କୁ ସହାୟତାର ହାତ ବଢାଇଲେ। କ୍ରେଗ୍‌ ପ୍ରତିବର୍ଷ କ୍ରିସ୍‌ମାସ୍‌ କ୍ୟାମ୍ପେନରେ ଲୋକଙ୍କୁ ଖାଇବାକୁ ଦିଅନ୍ତି। କ୍ରେଗ ୱିଲିୟମଙ୍କୁ ଖାଇବା ଏବଂ ପିନ୍ଧିବା ପାଇଁ ସବୁ ପ୍ରକାର ସହାୟତା କରିଥିଲେ। ସେତିକି ନୁହେଁ, ଫେସବୁକ୍‌ ଜରିଆରେ ସେ ତାଙ୍କ ପାଇଁ ସହାୟତା ଯୋଗାଡ କରି ପାରିଥିଲେ। ଏବେ ଫେସବୁକ୍‌ ମାଧ୍ୟମରେ କ୍ରେଗ ତାଙ୍କ ପାଇଁ ୨.୩୫ ଲକ୍ଷ ଟଙ୍କା ଯୋଗାଡ କରିପାରିଛନ୍ତି। ସୋମବାର ସୁଦ୍ଧା କେହି ୱିଲିୟମ ପାଖରେ ପହଞ୍ଚି ନ ଥିଲେ ସେ ବୋଧହୁଏ ବଞ୍ଚି ନ ଥାନ୍ତେ। ୱିଲିୟମଙ୍କ ନୋଟିସ୍‌ ତାଙ୍କ ଜୀବନ ବଞ୍ଚାଇ ଦେଲା।’

Comments are closed.