Odisha Link
Bridging the Missing Links in Odisha

ଉନ୍ନାଓ ଦୁଷ୍କର୍ମ ମାମଲା: ପୂର୍ବତନ ବିଜେପି ବିଧାୟକ ସେଙ୍ଗର ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ ପୂର୍ବତନ ବିଧାୟକ କୁଲଦୀପ ସିଂ ସେଙ୍ଗର। ଦିଲ୍ଲୀର ତିସହଜାରୀ କୋର୍ଟ ବିଜେପିରୁ ନିଲମ୍ୱିତ ହୋଇଥିବା ଏହି ବିଧାୟକଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ପୋକ୍ସୋ ଆଇନ୍‌ ଓ ଆଇପିସି ୩୭୬ରେ ଦୋଷୀ ସାବ୍ୟସ୍ତ। ଡିସେମ୍ୱର ୧୯ରେ ବିଧାୟକଙ୍କ ବିରୋଧରେ ସଜା ଶୁଣାଇବେ କୋର୍ଟ।

ଉନ୍ନାଓ ଦୁଷ୍କର୍ମ ମାମଲାରେ ମୋଟ ୫ଟି ମାମଲା ରହିଛି। ଗୋଟିଏ ମାମଲାରେ ସେନଗାର ଦୋଷୀ ସାବ୍ୟସ୍ତ। ଯୁବତୀଙ୍କୁ ଅପହରଣ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ କୋର୍ଟ ସେନଗାରଙ୍କୁ ଦୋଷୀ ବୋଲି କହିଛି। ତେବେ ଯୁବତୀଙ୍କୁ ବିଧାୟକଙ୍କୁ ପାଖକୁ ନେଇ ଯାଇଥିବା ମହିଳା ଅଭିଯୁକ୍ତ ଶଶୀ ସିଂହଙ୍କୁ କିନ୍ତୁ ଛାଡ଼ି ଦେଇଛନ୍ତି। ବିଧାୟକ ସେଙ୍ଗରଙ୍କ ବିରୋଧରେ ମାମଲା ରୁଜୁ ହେବାର ବର୍ଷେ ପରେ ଚାର୍ଜଶିଟ୍ ଦାଖଲ କରିଥିଲା ସିବିଆଇ। ଏ ନେଇ ସିବିଆଇକୁ ମଧ୍ୟ କଡ଼ା ଭତ୍ସର୍ନା କରିଛନ୍ତି ସୁପ୍ରିମକୋର୍ଟ।

ସୂଚନାଯୋଗ୍ୟ, ୨୦୧୭ରେ ଉନ୍ନାଓ ବିଧାୟକ ଚାକିରି ଲୋଭ ଦେଖାଇ କୁଲଦୀପ ସେଙ୍ଗର ଦୁଷ୍କର୍ମ କରିଥିଲେ। ଘଟଣାର ଦୀର୍ଘ ଗୋଟିଏ ବର୍ଷ ପରେ ଅର୍ଥାତ ଗତବର୍ଷ ଏପ୍ରିଲ ମାସରେ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଅଭିଯୁକ୍ତ ବିଧାୟକ କୁଲଦୀପଙ୍କୁ ଗିରଫ କରିଥିଲା। ତିହାର ଜେଲାକୁ ସ୍ଥାନାନ୍ତର ହେବା ପୂର୍ବରୁ କୁଲଦୀପ ୟୁପିର ଏକ ଜେଲରେ ଥିଲେ। ସେତେବେଳେ ପୀଡ଼ିତା ଏବଂ ତାଙ୍କ ପରିବାର ଲୋକଙ୍କୁ ବାରମ୍ବାର ଧମକ ଦେଉଥିଲେ।

ଏହାପରେ ଜୁଲାଇ ୨୮ରେ ଉନ୍ନାଓ ପୀଡ଼ିତା ତାଙ୍କ ପରିବାର ସହ କାରରେ ରାଏବରେଲିରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ନମ୍ୱର ଘୋଡ଼ାଯାଇଥିବା ଏକ ଟ୍ରକ ଆସି ତାଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଉନ୍ନାଓ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ବିଧାୟକ କୁଲଦୀପ ସିଂହ ସେନଗାରଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ଆସିଥିଲା। ବିଧାୟକ ସେଙ୍ଗାର ଏବେ ଦିଲ୍ଲୀ ତିହାର ଜେଲରେ ଅଛନ୍ତି।

Comments are closed.