Odisha Link
Bridging the Missing Links in Odisha

ସିଏଏ ବିରୋଧରେ ମମତା କଲେ ରାଲି

କୋଲକାତା: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ ବିରୋଧ ଦେଖିବାକୁ ମିଳିଛି। ଆଜି ସିଏଏକୁ ପଶ୍ଚିମବଙ୍ଗରେ ଲାଗୁ କରାଯିବ ନାହିଁ ବୋଲି ନାରାଦେଇ ମମତା ବାନାର୍ଜୀ ନିଜ ସମର୍ଥକଙ୍କ ସହ ରାଲିରେ ବାହାରିଛନ୍ତି। ଆମ୍ବେଦକର ଷ୍ଟ୍ରିଟରୁ ଟାଗୋର ହାଉସ ପର୍ଯ୍ୟନ୍ତ ଏହି ରାଲିର ଆୟୋଜ କରାଯାଇଛି। ଏଥିସହିତ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ମମତା ସରକାର।

ଅନ୍ୟପଟେ ସିଏଏକୁ ନେଇ ଏବେ ଉତ୍ତର-ପୂର୍ବ ରାଜ୍ୟରେ ହିଂସାକାଣ୍ଡ ଦେଖିବାକୁ ମିଳୁଛି। ନାଗରିକତା ସଂଶୋଧନ ଆଇନକୁ ନେଇ ଥମୁନି ବିରୋଧ ଆଉ ପ୍ରତିବାଦ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସିଏଏକୁ ବିରୋଧ କରିଛନ୍ତି। ତାଙ୍କ ରାଜ୍ୟକୁ ଏହାକୁ ଲାଗୁ କରାଯିବ ନାହିଁ ବୋଲି ସେ ରୋକଠୋକ ମନା କରିଦେଇଛନ୍ତି।

Comments are closed.