Odisha Link
Bridging the Missing Links in Odisha

ସିଏଏ ବିରୋଧୀ ହିଂସା: ଦେଶରେ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କଲେ ମୋଦି

ନୂଆଦିଲ୍ଲୀ: ଦେଶର ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକ ପରେ ସାରା ଦେଶରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ ପ୍ରଦର୍ଶନ ଜାରି। ଏଭଳିକି କିଛି ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଅନ୍ୟପଟେ ସାରା ଦେଶରେ ଆକ୍ଟ ବିରୋଧୀ ହିଂସାକାଣ୍ଡରେ ବ୍ୟଥିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହିଂସାତ୍ମକ ପ୍ରଦର୍ଶନ ନେଇ ଟ୍ୱିଟ୍ କରିଛନ୍ତି ନରେନ୍ଦ୍ର ମୋଦି। ଦେଶରେ ଶାନ୍ତି ବଜାୟ ରଖିବାକୁ ଦେଶବାସୀଙ୍କୁ ବିନୀତ ଅନୁରୋଧ କରିଛନ୍ତି। ନାଗରିକତା ସଂଶୋଧନ ଆଇନ ବିରୋଧରେ ହେଉଥିବା ହିଂସାତ୍ମକ ପ୍ରଦର୍ଶନ ନିନ୍ଦନୀୟ।

ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ଶାନ୍ତି ବଜାୟ ରଖିବା ସହ ଏକତା ଦେଖାଇବାର ସମୟ। କୌଣସି ମିଛ କାହାଣୀ ପ୍ରଘଟ ନକରିବାକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ମୋଦି ଅପିଲ କରିଛନ୍ତି। ନାଗରିକତା ସଂଶୋଧନ ଆକ୍ଟ ୨୦୧୯, ସଂସଦରେ ଉଭୟ ସଦନରେ ପାସ୍ କରାଯାଇଛି। ରାଜନୈତିକ ଦଳ ଓ ସାଂସଦମାନଙ୍କ ବିପୁଳ ସମର୍ଥନ ପରେ ଏହା ଆଇନରେ ପରିଣତ ହୋଇଛି। ଏହି ଆଇନ୍ ପ୍ରାଚୀନ ସଂସ୍କୃତି ଓ ଭାଇଚାରାର ସନ୍ଦେଶ ଦେଉଛି।

ଏଥିସହିତ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ଭାରତର ସମସ୍ତ ନାଗରିକଙ୍କୁ ମୁଁ ଭରସା ଦେଉଛି, ନାଗରିକ ସଂଶୋଧ ଆକ୍ଟ କୌଣସି ବି ପ୍ରକାର ଧର୍ମ ଉପରେ ଆଞ୍ଚ ଆଣବ ନାହିଁ। କୌଣସି ନାଗରିକ ଏହି ଆଇନ୍ ଦ୍ୱାରା ପ୍ରଭାବିତ ହେବେନାହିଁ। କୌଣସି ବି ଭାରତୀୟ ଏହି ଆକ୍ଟ ପାଇଁ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ଏହି ନିୟମ କେବଳ ସେହି ଲୋକଙ୍କ ପାଇଁ ଯେଉଁମାନେ ହଂସାର ଶିକାର ହୋଇଛନ୍ତି, ତାଙ୍କ ପାଇଁ ଭାରତ ଠାରୁ ଆଉ ପ୍ରକୃଷ୍ଟ ସ୍ଥାନ ନାହିଁ। ତାଙ୍କ ହିତ ପାଇଁ ଏହି ଆଇନ୍ ପ୍ରଣୟନ କରାଯାଇଛି।

Comments are closed.