Odisha Link
Bridging the Missing Links in Odisha

ପାଠ ପଢ଼ାଇଲେ କ୍ରୀଡ଼ା ମନ୍ତ୍ରୀ

ଦାରିଙ୍ଗବାଡି : ମୁଖ୍ୟମନ୍ତ୍ରୀଙ୍କ ୫ଟି କୁ ଗୁରୁତ୍ବ ଦେବା ସହ ବର୍ତ୍ତମାନ ମନ୍ତ୍ରୀମାନେ ବେଶ୍ ସକ୍ରିୟ ହୋଇଯାଇଛନ୍ତି ଏବଂ ତୃଣମୂଳ ସ୍ତରକୁ ଯାଇ ସ୍ଥିତିର ସମୀକ୍ଷା କରୁଛନ୍ତି। ଗତକାଲି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଅଚାନକ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ସେ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ଗଣିତ ପଢ଼ାଇବା ସହ କିଛି ପ୍ରଶ୍ନ ମଧ୍ୟ ପଚାରିଥିଲେ। ଏହାପରେ ମନ୍ତ୍ରୀ ଦାରିଙ୍ଗବାଡିର ମଡେଲ ସ୍କୁଲ ଓ ସରକାରୀ ହାଇସ୍କୁଲ ପରିଦର୍ଶନରେ ଯାଇ ସେଠାରେ ମଧ୍ୟ ପିଲାମାନଙ୍କ ପାଠପଢା ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ପଚାରି ବୁଝିଥିଲେ। ଏହା ସହ ଅଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ ଦାରିଙ୍ଗବାଡି ଠାରେ ଆଧୁନିକ ଶୈଳୀରେ ଏକ ଷ୍ଟାଡିୟମ ନିର୍ମାଣ କରାଯିବ ବୋଲି ସ୍ଥାନୀୟ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଗତ କିଛି ଦିନ ତଳେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଅଚାନକ ସୁନ୍ଦରଗଡ଼ ଜିଲ୍ଲାର ଏକ ସ୍କୁଲ ପରିଦର୍ଶନ କରି ପିଲାମାନଙ୍କୁ ପାଠ ପଢ଼ାଇବା ସହ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।

Comments are closed.