Odisha Link
Bridging the Missing Links in Odisha

ରାଜ୍ୟ କ୍ୟାବିନେଟ୍‌ରେ ୮ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ମୋଟ ୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି, କ୍ୟାବିନେଟ ବୈଠକରେ ଓଡ଼ିଶା କୃଷି ନୀତିକୁ ମଞ୍ଜୁରୀ ମିଳିଛି। ଏଥିରେ ଚାଷୀଙ୍କ ଆୟ ବଢ଼ାଇବାକୁ ୩ଟି ସୋପାନ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନୀତିରେ ଚାଷୀଙ୍କ ବଜାର ଓ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରାଯିବ। ସେହିପରି ଢେଙ୍କାନାଳ ଓଡ଼ିଶା ଫଲିଫାଇଭର କମ୍ପାନି ଷ୍ଟାମ୍ପ ଡ୍ୟୁଟି ଛାଡ଼କୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍‌ ମୋଟ ୨ କୋଟି ୧୫ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଛାଡ଼କୁ ମଞ୍ଜୁରୀ ଦେଇଛନ୍ତି।

ସେହିପରି ଓଡ଼ିଆ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ମଂଜୁରୀ ମିଳିଛି। ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ପୂର୍ବରୁ ଓଡ଼ିଆ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ହେବ ବୋଲି ନିଷ୍ପତ୍ତି ହୋଇଥିଲା। କ୍ୟାବିନେଟ୍‌ ବୈଠକରେ ରାଜସ୍ୱ ସେବା କ୍ୟାଡର ସଂଶୋଧନ କରାଯିବା ନେଇ ନିଷ୍ପତ୍ତି ହୋଇଛି।

Comments are closed.