Odisha Link
Bridging the Missing Links in Odisha

କଂଗ୍ରେସ ଉପରେ ବର୍ଷିଲେ ମୋଦି, ଦେଲେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ନାଗରିକତା ସଂଶୋଧନ ଆଇନକୁ ନେଇ ଚାରିଆଡ଼େ ଜଳାପୋଡ଼ା ଜାରିରହିଛି। କଂଗ୍ରେସ ସମେତ ଅନେକ ଦଳ ଏହି ଆଇନକୁ ଖୋଲାଖୋଲି ବିରୋଧ କରୁଛନ୍ତି। ଏହି ଆଇନରେ ମୁସଲିମ୍ ଧର୍ମର ଲୋକଙ୍କୁ ସ୍ଥାନ ମିଳିନଥିବାରୁ ଏହାକୁ ଅସାମ୍ବିଧାନିକ ଓ ଭାରତର ଧର୍ମନିରପେକ୍ଷତା ପ୍ରତି କୁଠାରଘାତ ବୋଲି କହୁଛନ୍ତି ବିରୋଧୀ। ଉତ୍ତର ପୂର୍ବ ସମେତ ଦେଶର ବିଭିନ୍ନ ରାଜ୍ୟରେ ଏହାକୁ ନେଇ ଲୋକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏଥିସହିତ ଦେଶରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅନୁରୋଧ କରିଥିଲେ।

ହେଲେ ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ରାଲିରେ ଯୋଗ ଦେଇ ବିରୋଧୀ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି। ଦେଶରେ ଦେଖାଯାଉଥିବା ସ୍ଥିତିକୁ କଂଗ୍ରେସ ଉସକାଉଛି ବୋଲି କହିଥିଲେ ମୋଦି। ଏଥିସହିତ ସେ କହିଛନ୍ତି ଯେ, “ମୁଁ କଂଗ୍ରେସର ନେତାମାନଙ୍କୁ ଖୋଲାଖୋଲି ଚାଲେଞ୍ଜ୍ କରୁଛି। ସେମାନେ କୁହନ୍ତୁ ଯେ, ପାକିସ୍ତାନର ସବୁ ଲୋକଙ୍କୁ ଭାରତୀୟ ନାଗରିକତା ଦିଆଯାଉ। ଏହାପରେ ଦେଶବାସୀ ସେମାନଙ୍କର ହିସାବ କିତାବ ଠିକ୍ କରିଦେବେ’।

କିଛି ଏଭଳି ଢ଼ଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମୋାଦି। କଂଗ୍ରେସ ପାକିସ୍ତାନ ଓ ବାଂଲାଦେଶର ମୁସଲିମ ଲୋକଙ୍କୁ ନୂଆ ନାଗରିକତା ଆଇନରେ ସ୍ଥାନ ନମିଳିବାକୁ ନେଇ ବିରୋଧ କରୁଛି। ତେଣୁ ମୋଦି ଏପରି କଥା କହି କଂଗ୍ରେସକୁ ଚାଲେଞ୍ଜ କରିଛନ୍ତି।

Comments are closed.