Odisha Link
Bridging the Missing Links in Odisha

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ବିରୋଧୀ, କହିଲେ ନାଗରିକତା..

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆଜି ସନ୍ଧ୍ୟାରେ ସାକ୍ଷାତ କରିଛନ୍ତି ବିରୋଧି ଦଳ। ନାଗରିକତା ସଂଶୋଧନ ଆଇନ୍‌ ଓ ଜାମିଆ ମିଲ୍ଲିଆ ଇସ୍‌ଲାମିଆ ହିଂସାକୁ ନେଇ ସାକ୍ଷାତ କରିଛନ୍ତି ବିରୋଧୀ ଦଳ। ରାଷ୍ଠ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରି ନାଗରିକତା ସଂଶୋଧନ ଆଇନକୁ ଫେରେଇ ନେବା ପାଇଁ ପ୍ରସ୍ତାବ ଦେଇଛି। ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ଏକ ଟିମ୍‌ ଆଜି ରାଷ୍ଟ୍ରପତିଙ୍କ ସାକ୍ଷାତ କରିଛନ୍ତି।

ସାକ୍ଷାତ ପରେ ସୋନିଆ ଗାନ୍ଧୀ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଯେ, ଆମେ ରାଷ୍ଟ୍ରପତିଙ୍କୁ ଦେଶରେ ଦେଖାଯାଉଥିବା ପରିସ୍ଥିତିକୁ ନେଇ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଉଥିବା ଛାତ୍ରଛାତ୍ରୀଙ୍କ ଉପରେ କିଭଳି ପୁଲିସ୍‌ ଅତ୍ୟାଚାର କଲା ସାରା ଦେଶ ଦେଖିଛି।

Comments are closed.