Odisha Link
Bridging the Missing Links in Odisha

ଏନଆର୍‌ସିକୁ ସମର୍ଥନ କରୁନାହୁଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏନଆରସିକୁ ନା । କିନ୍ତୁ ସିଏଏକୁ ହଁ । ନାଗରିକ ସଂଶୋଧନ ଆଇନ(ସିଏଏ)କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଥିବାବେଳେ ଏନଆରସିକୁ ସମର୍ଥନ ନକରିବା ପାଇଁ ସ୍ପଷ୍ଟ କରିଛନ୍ତି । ନାଗରିକ ସଂଶୋଧନ ଆଇନ(ସିଏଏ)କୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଭାରତୀୟ ନାଗରିକଙ୍କ ଉପରେ ସିଏଏର କିଛି ପ୍ରଭାବ ପଡ଼ିବନି। ସିଏଏ କେବଳ ବିଦେଶୀ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ।

ସିଏଏକୁ ଆମେ ସମର୍ଥନ କରୁଛୁ। ତେବେ ଆମେ ଏନଆରସିକୁ ସମର୍ଥନ କରୁନାହୁଁ ବୋଲି ସେ କହିଛନ୍ତି। ଏନଆରସି ନେଇ ବିଜେଡି ଲୋକସଭା ଓ ରାଜ୍ୟସଭାରେ ସ୍ପଷ୍ଟ କରିଛି। ଏଥିସହ ଗୁଜବ ଉପରେ ବିଶ୍ୱାସ ନକରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । ସେହିପରି ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି।

Comments are closed.