Odisha Link
Bridging the Missing Links in Odisha

ସାହିତ୍ୟ ଏକାଡେମୀ ପୁରସ୍କାର ୨୦୧୯ ପାଇବେ ଶଶି ଥରୁର

ନୂଆଦିଲ୍ଲୀ: ୨୦୧୯ ବର୍ଷ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ବରିଷ୍ଠ କଂଗ୍ରେସ ନେତା, ଲେଖକ ତଥା ସାଂସଦ ଶଶି ଥରୁର। ‘ଆନ୍ ଏରା ଅଫ୍ ଡାର୍କନେସ୍: ଦି ବ୍ରିଟିଶ୍ ଏମ୍ପାୟାର ଅଫ୍ ଇଣ୍ଡିଆ’ ପାଇଁ ଏହି ସମ୍ମାନଜନକ ପୁରସ୍କାର ପାଇବେ ଶଶି ଥରୁର। ଏହି ବହିଟି ୨୦୧୬ ମସିହାରେ ପ୍ରକାଶିତ ହୋଇଥିଲା।

ଆଜି ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜାରି କରାଯାଇଥିଲା, ଯେଉଁଥିରେ ୨୩ଟି ଭାଷାରେ ପୁରସ୍କାର ପାଇବାକୁ ଥିବା ସାହିତ୍ୟ ସ୍ରଷ୍ଟାଙ୍କ ନାମ ଥିଲା। ଏଥିରେ ଶଶିଙ୍କ ନାମ ମଧ୍ୟ ରହିଛି। ସେ ଇଂରାଜୀ ଭାଷାରେ କ୍ରିଏଟିଭ୍ ନନ୍ ଫିକସନ୍ ବିଭାଗରେ ଏହି ପୁରସ୍କାର ପାଇବେ।

ଏହି ବହିରେ ବ୍ରିଟିଶ ଶାସନ ଏବଂ ଉପନିବେଶ ଶାସନର ଅତ୍ୟାଚାର ବାବଦରେ ବର୍ଣ୍ଣନା କରାଯାଇଛି। ଇଂରାଜୀ ଭାଷାରେ ଦଖଲ ପାଇଁ ପ୍ରସିଦ୍ଧ ଥରୁର କ୍ଲୀଷ୍ଟ ଇଂରାଜୀ ଶବ୍ଦ ବ୍ୟବହାର ପାଇଁ ଅନେକ ସମୟରେ ଟ୍ରଲ୍ ହୋଇଛନ୍ତି। ତାଙ୍କର ଅନ୍ୟ କିଛି ରଚନା ମଧ୍ୟରେ ହ୍ୱାଇ ଆଇ ଆମ୍ ହିନ୍ଦୁ, ପାରାଡକ୍ସିକାଲ ପ୍ରାଇମ୍ ମିନିଷ୍ଟର ଏବଂ ଇଙ୍ଗ୍ଲୋରିଅସ୍ ଏମ୍ପାୟାର ପ୍ରସିଦ୍ଧ।

Comments are closed.