Odisha Link
Bridging the Missing Links in Odisha

ବିଶାଖାପାଟଣାରେ ଭାରତର ଛକା ଚୌକା ବର୍ଷା, ଓ୍ବେଷ୍ଟଇଣ୍ଡିଜ ଆଗରେ ୩୮୮ ରନର ଲକ୍ଷ୍ୟ

ବିଶାଖାପାଟଣା: ବିଶାଖାପାଟଣାରେ ଖେଳ ପ୍ରେମୀ ଦେଖିଲେ ଛକା ଚୈାକାର ବର୍ଷା। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ କର ବା ମର ମ୍ୟାଚରେ ରୋହିତ-ରାହୁଲଙ୍କ ଦମଦାର ଶତକ ଦେଖିବାକୁ ମିଳିଛି। ଯୁବ ଖେଳାଳି ଶ୍ରେୟଶ ଆୟର, ଋିଷଭ ପନ୍ଥ ଓ କେଦାର ଯାଦବଙ୍କ ମାଡ଼ରେ ଓ୍ବେଷ୍ଟଇଣ୍ଡିଜ ବୋଲର ଘାଇଲା।

ଟିମ୍‌ ଇଣ୍ଡିଆର ଉପଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ୧୫୮ ଓ କେଏଲ ରାହୁଲଙ୍କ ୧୦୨ ରନ୍‌ ବଳରେ ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଦିନିକିଆରେ ୫ ୱିକେଟ ହରାଇ ୩୮୭ ରନ୍‌ କରିଛି। ଫଳରେ ସିରିଜ୍‌ ଜିତିବା ପାଇଁ ଇଣ୍ଡିଜକୁ ୩୮୮ ରନ୍‌ର ଟାର୍ଗେଟ ମିଳିଛି। ଭାରତ ପ୍ରଥମ ଦିନିକିଆ ହାରି ଯାଇଥିବାରୁ ଆଜି ଦଳକୁ ସିରିଜରେ ରହିବାକୁ ହେଲେ ମ୍ୟାଚ ଜିତିବାକୁ ପଡ଼ିବ।

ରୋହିତ ରାହୁଲଙ୍କ ବ୍ୟତୀତ ଶ୍ରେୟଶ ଆୟରଙ୍କ ୫୩, ପନ୍ଥଙ୍କ ୩୯ ଓ କେଦାରଙ୍କ ୧୬ ରନ୍‌ ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚେଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଛି।

Comments are closed.