Odisha Link
Bridging the Missing Links in Odisha

ରାସ୍ତା ମରାମତି ପାଇଁ ପ୍ରତିବାଦ

ଯାଜପୁର: ହେଲମେଟ ପିନ୍ଧି ରାସ୍ତା ଉପରେ ଶୋଇ ପ୍ରତିବାଦ। ଯାଜପୁର ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥରେ ଅବୋରଧ କରିଛନ୍ତି ସ୍ଥାନୀୟ ଲୋକେ। ଚଣ୍ଡିଖୋଲ ଠାରୁ ଡୁବୁରୀ ଦେଇ ସୁକିନ୍ଦା ଖଣି ଅଞ୍ଚଳକୁ ସଂଯୋଗ କରୁଥିବା ଜାତୀୟ ରାଜପଥର ଅବସ୍ଥା ସୋଚନୀୟ ହୋଇ ପଡିଛି। ମରାମତି ଅଭାବରୁ ରାସ୍ତା ସାରା ଖାଲ ଖମାରେ ଭର୍ତ୍ତି ହୋଇ ଯାଇଛି। ଯେଉଥିପାଇଁ ବାରମ୍ବାର ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସଚେତନ ନାଗରୀକ ମଞ୍ଚପକ୍ଷରୁ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଏପରି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି।
ଯାଜପୁର ଜିଲ୍ଲାର ବଙ୍ଗଳାଛକ ନିକଟରେ କିଛି ଦିନ ତଳେ ଟିପ୍ପଟ ଓଲଟି ଯାଇଥିଲା। ଫଳରେ ଦୁଇ ବ୍ୟକ୍ତି ଗୁରୁତ୍ବର ହୋଇ ପଡିଥିଲେ । ପରେ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ପଠା ଯାଇଥିଲା। ଏହି ଅଞ୍ଚଳରେ ବାରମ୍ବା ସଡକ ଦୁର୍ଘଟଣା ହେଉଥିବା ଯୋଗୁଁ ମୁଣ୍ଡରେ ହେଲେମେଣ୍ଟ ପିନ୍ଧି ଏଭଳି ଅଭିନବ ପ୍ରତିବାଦ କରିଛନ୍ତି ସ୍ଥାନୀୟ ଲୋକେ।
ଯେତେବେଳେ ନୂଆ ମୋଟର ଯାନ ଆଇନ ଲାଗୁ ହେଲା ଏବଂ ଜରିମାନାର ପରିମାଣ ବଢ଼ିଗଲା। ଶୋସିଆଲ ମିଡିଆରେ ପ୍ରକାଶ ପାଉଥିଲା ଯେ, ଲୋକେ ନିଜେ ସୁରକ୍ଷିତ ରହିବା ପାଇଁ ହେଲମେଟ ଏବଂ ସିଟି୍‌ ବେଲ୍ଟ ବ୍ୟବହାର କରୁଛନ୍ତି। ସେତେବେଳେ ସରକାର କାହିକିଁ ରାସ୍ତା ଘାଟ ମରାମତି କଥା ଚିନ୍ତା କରୁନାହାନ୍ତି।

Comments are closed.