Odisha Link
Bridging the Missing Links in Odisha

ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଏବର୍ଷ ମିଳିବନି ଫାଶୀ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ୨୦୧୯ରେ ମିଳିବନାହିଁ ଫାଶୀ। ୨୦୧୯ ପରିିବର୍ତ୍ତେ ୨୦୨୦ରେ ମିଳିବ ଫାଶୀ। କାରଣ ଆଜି ନିର୍ଭୟା ମାମଲାରେ ୪ ଦୋଷୀଙ୍କ ବିରୋଧରେ ଡେଥ୍ ୱାରେଣ୍ଟ ଶୁଣାଣିକୁ ସ୍ଥଗିତ ରଖିଲେ ପଟିଆଲା ହାଉସ କୋର୍ଟ। ଆସନ୍ତା ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଛନ୍ତି ପଟିଆଲା ହାଇକୋର୍ଟ।

୪ ଦୋଷୀଙ୍କ ବିରୋଧରେ ନୋଟିସ ଜାରି କରିବା ସହ ଆଇନଗତ ବିକଳ୍ପ ପାଇଁ ଦୋଷୀଙ୍କୁ ନୋଟିସ ଜାରି କରାଯାଉ ବୋଲି ଜେଲ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ତେବେ ଡେଥ୍ ୱାରେଣ୍ଟ ଜାରି ହେବା ପୂର୍ବରୁ ଅଭିଯୁକ୍ତ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିବେ ନାହିଁ ବୋଲି କହିଥିବା ବେଳେ ଅନ୍ୟ ଅଭୁଯୁକ୍ତ ବିନୟ ନିଜର ରାଜକ୍ଷମା ଆବେଦନ ଫେରାଇ ନେଇଛନ୍ତି।

ଥରେ ବ୍ଲାକ ୱାରେଣ୍ଟ ଜାରି ହେବା ମାତ୍ରେ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଥାଏ। ତେବେ ପଟିଆଲା ହାଉସ କୋର୍ଟ ଡେଥ୍ ୱାରେଣ୍ଟ ଶୁଣାଣି ସ୍ଥଗିତ ରଖିବା ପୂର୍ବରୁ ସୁପ୍ରିମକୋର୍ଟ ଅଭିଯୁକ୍ତ ଅକ୍ଷୟ ସିଂହଙ୍କ ପୁନଃବିଚାର ଆବେଦନକୁ ଖାରଜ କରିଥିଲେ। ଆଉ ଏହାପରେ ପଟିଆଲା ହାଉସକୋର୍ଟରେ ଡେଥ୍ ୱାରେଣ୍ଟ ଜାରି ନେଇ ଶୁଣାଣି ହୋଇଥିଲା। ତେବେ ଏହି ଶୁଣାଣିକୁ ଜାନୁଆରୀ ୭ ଯାଏଁ ସ୍ଥଗିତ ରଖିଛନ୍ତି କୋର୍ଟ।

Comments are closed.