Odisha Link
Bridging the Missing Links in Odisha

ଆଈମା’ କାହାଣୀ କହୁଛନ୍ତି ଲେଖାଶ୍ରୀ: ସୁଲତା

ଭୁବନେଶ୍ବର: ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ‌୍ରୀ ସାମନ୍ତସିଂହାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ। ଆଜି ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ଲେଖାଶ୍ରୀଙ୍କୁ ଟାର୍ଗେଟ କରିଛି ବିଜେଡି। ବିଜେଡି ନେତ୍ରୀ ସୁଲତା ଦେଓ କହିଛନ୍ତି ଯେ, ସ୍ମିତାରାଣୀଙ୍କ ମୃତ୍ୟୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏହାକୁ ନେଇ ରାଜନୀତି କରୁଛି ବିଜେପି।

ଏଥିସହିତ ସେ କହିଛନ୍ତି ଯେ, ୨୦୧୪ରେ ଚାକିରି ଛାଡ଼ି ବିଜେଡିରେ ମିଶିବାକୁ ନବୀନ ନିବାସ ଯାଇଥିଲେ। ହେଲେ ବିଜେଡିରେ ସ୍ଥାନ ମିଳିଲାନି ତେଣୁ ଯାଇ ବିଜେପିରେ ମିଶିଲେ। ବର୍ତ୍ତମାନ ବିଜେପିରେ ସ୍ଥିତି ଭଲ ନାହିଁ ତେଣୁ ଆଈମା କାହାଣୀ କହୁଛନ୍ତି ଲେଖାଶ୍ରୀ ବୋଲି କହିଛନ୍ତି ସୁଲତା ଦେଓ।

ସୂଚନାଯୋଗ୍ୟ, ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାକୁ ନେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ବିନା ଗ୍ରାମସଭାରେ ରାମକୋକୁ ଜମି ଦିଆଯାଇଥିବା ଅଭିଯୋଗ କରିଛନ୍ତି । ସେ କହିଥିଲେ ଯେ ରାମକୋ ସିମେଣ୍ଟ କାରଖାନା ଶହ ଶହ ଏକର ଜମି ଜବରଦଖଲ କରିଛି। ଜବରଦଖଲ ଜମି ହାତେଇବାକୁ ସ୍ମିତାରାଣୀଙ୍କ ଉପରେ ଚାପ ପଡ଼ୁଥିଲା। ସ୍ମିତାରାଣୀ ଶିକାର ହେଲେ ବୋଲି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଏପରିକି ଅନ୍ୟ କମ୍ପାନୀକୁ ଗ୍ରାମ ସଭାରେ ଜମି ମିଳିଥିବାବେଳେ ରାମକୋକୁ ବିନା ଗ୍ରାମସଭାରେ ଜମି ମିଳିଥିବା ସେ ଅଭିଯୋଗ କରିଛନ୍ତି। ଆବାସ ଯୋଜନାରେ ମଧ୍ୟ ଦୁର୍ନୀତି କରିବାକୁ ସ୍ମିତାରାଣୀଙ୍କ ଚାପ ପକାଯାଉଥିଲା ବୋଲି କହିବା ସହ ସରକାର ଯଦି ସ୍ୱଚ୍ଛ ତେବେ ଏହି ମାମଲାର ତଦନ୍ତ ସିବିଆଇ ଦ୍ୱାରା କରାନ୍ତୁ ବୋଲି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

Comments are closed.