ସ୍ବାମୀକୁ ହାଣି ଆତ୍ମସମର୍ପଣ କଲେ ମହିଳା

ବାଲେଶ୍ବର: ଗୁଡ଼ିପଦାରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ବାରିପଦା ଟାଉନ୍ ଥାନାରେ ଆତ୍ମସମର୍ପଣ କରିଛି ମୃତ ବ୍ୟକ୍ତିଙ୍କ ପ୍ରଥମ ପତ୍ନୀ। ହତ୍ୟାକାଣ୍ଡରେ ନିଜେ ସଂପୃକ୍ତ ଥିବା ପୋଲିସ ଆଗରେ ମାନିଲେ ମହିଳା।
ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାର ଗୁଡ଼ିପଦାରେ ଜଣେ ବ୍ୟକ୍ତିଙ୍କୁ କଟୁରୀରେ ନିର୍ମମ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ମୃତକ ବାଡ଼ା ମାରାଣ୍ଡି ବୋଲି ଜଣାପଡ଼ିଛି। ଘର ଭିତରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ସେ ଗୁଡ଼ିପଦାରେ ରାତି ଜଗୁଆଳୀ ଭାବେ ସେ କାମ କରୁଥିଲେ ଓ ଦ୍ୱିତୀୟ ବିବାହ କରିଥିଲେ। ହତ୍ୟାକାଣ୍ଡ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଖବର ପାଇ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।