Odisha Link
Bridging the Missing Links in Odisha

କୁଲଦୀପ ସିଂହ ସେଙ୍ଗରଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ଉନ୍ନାଓ ଅପହରଣ ଓ ଗଣଦୁଷ୍କର୍ମ ମାମଲାରେ ଆଜି ରାୟ ଶୁଣାଇଲେ ଦିଲ୍ଲୀର ତିସହଜାରୀ କୋର୍ଟ। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଧାୟକ କୁଲଦୀପ ସେନଗାରଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି ଦିଲ୍ଲୀର ତିସ ହଜାରୀ କୋର୍ଟ। ଏଥିସହ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୨୫ ଲକ୍ଷ ଟଙ୍କା ସେନଗାରଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ରାୟ ଶୁଣାଣି ବେଳେ କୋର୍ଟ କହିଥିଲେ, ‘ସେନଗାର ଜଣେ ଶକ୍ତିଶାଳୀ ବ୍ୟକ୍ତି ଥିଲେ। ପୀଡ଼ିତା ଜଣଙ୍କ ଗାଁରେ ରହୁଥିବା ଝିଅଟିଏ। ତେଣୁ ଏଭଳି ଜଣେ ବ୍ୟକ୍ତି ବିରୋଧରେ ମାମଲା ରୁଜୁ କରିବା ପୂର୍ବରୁ ସମୟ ନେଇଥିଲେ। ପୀଡ଼ିତା ଜଣଙ୍କ ଦୁଷ୍କର୍ମ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ତାଙ୍କ ପରିବାର ବିରୋଧରେ ଅନେକ ମାମଲା ରୁଜୁ ହୋଇଥିଲା। ସିବିଆଇ ସେନଗାରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବାରେ ବିଳମ୍ୱ କରିବାରୁ ରାୟ ଶୁଣାଇବା ବିଳମ୍ୱିତ ହୋଇଛି ବୋଲି କୋର୍ଟ କହିଛନ୍ତି।

ଦୁଷ୍କର୍ମ ମାମଲା ଆସିବା ପରେ କୁଲଦୀପଙ୍କୁ ବିଜେପିରୁ ନିଲମ୍ୱିତ ହୋଇଥିଲେ। ଗତ ୧୬ ତାରିଖରେ ଦିଲ୍ଲୀର ଏହି କୋର୍ଟ କୁଲଦୀପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ପରେ ଡିସେମ୍ୱର ୧୯ରେ ବିଧାୟକଙ୍କ ବିରୋଧରେ ସଜା ଶୁଣାଇବେ ବୋଲି କୋର୍ଟ କହିଥିଲେ। ହେଲେ ପରବର୍ତ୍ତୀ ସମୟରେ ସଜା ଶୁଣାଣି ଆଜିକୁ ଘୁଞ୍ଚିଥିଲା।

Comments are closed.