Odisha Link
Bridging the Missing Links in Odisha

FDIର ଅର୍ଥ ଫାଷ୍ଟ ଡେଭଲପମେଣ୍ଟ ଅଫ୍‌ ଇଣ୍ଡିଆ: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ଆସୋଚାମ’ର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇଛନ୍ତି। ଉତ୍ସବରେ ଯୋଗ ଦେଇ ମୋଦି ଦେଶର ଆର୍ଥିକ ସ୍ଥିତି ସଂପର୍କରେ ଉଦବଧୋନ ଦେଇଛନ୍ତି। ମୋଦି କହିଛନ୍ତି ଯେ, ୬-୭ ବର୍ଷ ତଳେ ଆମ ଅର୍ଥନୀତି ସଂପୂର୍ଣ୍ଣ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା।

ଆମେ ସରକାରକୁ ଆସିବା ପରେ କେବଳ ସଜାଡ଼ିନୁ ଅର୍ଥନୀତିକୁ ଶୃଙ୍ଖଳିକ କରିଛୁ। ଅର୍ଥନୀତିକୁ ଗତିଶୀଳ କରିବାକୁ ବୈଷୟିିକ ଜ୍ଞାନକୌଶଳ ବ୍ୟବହାର କରୁଛୁ। ଏଫଡିଆଇ କ୍ଷେତ୍ରରେ ଆମେ ବିଶ୍ବର ଶ୍ରେଷ୍ଠ ୧୦ଟି ଦେଶ ଭିତରେ ରହିଛୁ। ଏଥିସହିତ ମୋଦି କହିଛନ୍ତି ଯେ, ‘ମୋ ଦୃଷ୍ଟିରେ ଏଫଡିଆଇର ଅର୍ଥ ଫାଷ୍ଟ ଡେଭଲପମେଣ୍ଟ ଅଫ୍‌ ଇଣ୍ଡିଆ’। ୧୦୦ ବର୍ଷର ଅନୁଭୂତି ବହୁତ ବଡ଼ ପୁଞ୍ଜି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଏଥିସହିତ ମୋଦି କହିଥିଲେ, ଉଦ୍ୟୋଗ ଜଗତ ଚାହୁଁ ନ ଥିଲା ଦେଶର ଟିକସ ବ୍ୟବସ୍ଥାର ଅଡୁଆ ସୂତା କମ୍‌ ହେଉ। ପ୍ରତି ରାଜ୍ୟରେ ଭିନ୍ନ ଭିନ୍ନ ଟିକସରୁ ଲୋକଙ୍କୁ ମୁକ୍ତି ମିଳୁ। ତେଣୁ ଆମେ ଜିଏସଟି ଆଣିଲୁ। ବାଣିଜ୍ୟ ଜଗତରୁ ଯାହା ପ୍ରତିକ୍ରିୟା ମିଳିଲା, ଆମେ ତାହାକୁ ଆଧାରଣ କରି ଜିଏସଟିରେ ଆବଶ୍ୟକ ଜିନିଷ ଯୋଡ଼ିଲୁ। ସେଥିରେ ଆବଶ୍ୟକ ପରିବର୍ତ୍ତନ କଲୁ। ଦେଶ ହିତ ପାଇଁ କାମ କରିବାରୁ ଲୋକଙ୍କ ଆକ୍ରୋଶ ସହିବାକୁ ପଡ଼ିଲା।

ମୋଦି ଆହୁରି କହିଥିଲେ ଯେ, ୭୦ ବର୍ଷର ଅଭ୍ୟାସ ବଦଳାଇବାକୁ ସମୟ ଲାଗେ। ୫ ଟ୍ରିଲିୟନ ଡଲାର ଅର୍ଥନୀତି କଥା ଅଚାନକ ଆସିନାହିଁ। ବିଗତ ୫ବର୍ଷରେ ଦେଶ ନିଜକୁ ଏପରି ମଜଭୁତ କରିଛି ଯେ, ଏଭଳି ଲକ୍ଷ୍ୟ ରଖାଯାଇ ପାରିବ ଏବଂ ତାହାକୁ ହାସଲ ବି କରାଯାଇ ପାରିବ। ଯେପର୍ଯ୍ୟନ୍ତ ପୂରା ଦେଶ ମିଳିମିଶି ଲକ୍ଷ୍ୟ ହାସଲ କରିନାହାନ୍ତି, ଲକ୍ଷ୍ୟ ହାସଲ ଲାଗି ନିଜର ଦାୟିତ୍ଵ ସକ୍ରିୟ ଭାବେ ପାଳନ କରିନାହାନ୍ତି, ସେ ପର୍ଯ୍ୟନ୍ତ ତାହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇ ରହିଯାଏ। ୫ ଟ୍ରିଲିୟନ ଡଲାର ଅର୍ଥନୀତିର ଲକ୍ଷ୍ୟ ବିଷୟରେ ଯେତେବେଳେ ମୁଁ ସାର୍ବଜନିକ ଭାବେ କହିଲି, ସେତେବେଳେ ମୋତେ ଜଣାଥିଲା ଯେ, ଲୋକେ କହିବେ ଭାରତ ଏଭଳି କରିପାରିବ ନାହିଁ। ଆମ ଦେଶରେ ସାମର୍ଥ୍ୟ ରହିଛି। ସେହି ସାମର୍ଥ୍ୟର ଭରସାରେ ଆଗକୁ ବଢ଼ିଲେ ଲକ୍ଷ୍ୟ ହାସଲ ହୋଇପାରିବ। ଆଜି ଦେଶରେ ଯେଉଁ ସରକାର ରହିଛି, ତାହା କୃଷକଙ୍କ କଥା ଶୁଣୁଛି, ଶ୍ରମିକଙ୍କ କଥା ଶୁଣୁଛି, ବ୍ୟବସାୟୀଙ୍କ କଥା ଶୁଣୁଛି ଏବଂ ଉଦ୍ୟୋଗ ଜଗତ କଥା ବି ଶୁଣୁଛି। ସେମାନଙ୍କ ଆବଶ୍ୟକତାକୁ ବୁଝିବାର ଚେଷ୍ଟା ବି କରୁଛି। ସେମାନଙ୍କ ପରାମର୍ଶ ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଉଛି।

Comments are closed.